ପାଣିରେ ବୁଡି ୨ ବୁର୍ଲା ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ
ସମ୍ବଲପୁର : ବୁର୍ଲା ମେଡିକାଲ କଲେଜରେ ଶୋକର ଛାୟା । ପାଣିରେ ବୁଡି ଯାଇ ୨ ଜଣ ଛାତ୍ର ଛାତ୍ରୀଙ୍କ ମୃତ୍ୟୁ । ସମ୍ବଲପୁରସ୍ଥିତ ଯୁଜୁମୁରା ଦେଓଝରଣ ଜଳପ୍ରପାତକୁ ବୁଲିବାକୁ ଯାଇଥିବାବେଳେ ଘଟିଛି ଅଘଟଣ । ଆଜି ବୁର୍ଲା (ଭିମସାର)ମେଡିକାଲ ହଷ୍ଟେଲ୍ରୁ ୬ ଜଣ ଛାତ୍ର ବୁଲିବାକୁ ଯାଇଥିଲେ । ଏହି ସମୟରେ କୌଣସି କାରଣରୁ ଜଣେ ଛାତ୍ର ବୁଡ଼ିଯାଉଥିବା ବେଳେ ଅନ୍ୟ ଜଣେ ବଞ୍ଚାଇବାକୁ ଯାଇ ପ୍ରାଣ ହରାଇଛନ୍ତି ।ଏହି ୨ ଛାତ୍ର କେଉଁ ବର୍ଷରେ […]
ସମ୍ବଲପୁର : ବୁର୍ଲା ମେଡିକାଲ କଲେଜରେ ଶୋକର ଛାୟା । ପାଣିରେ ବୁଡି ଯାଇ ୨ ଜଣ ଛାତ୍ର ଛାତ୍ରୀଙ୍କ ମୃତ୍ୟୁ । ସମ୍ବଲପୁରସ୍ଥିତ ଯୁଜୁମୁରା ଦେଓଝରଣ ଜଳପ୍ରପାତକୁ ବୁଲିବାକୁ ଯାଇଥିବାବେଳେ ଘଟିଛି ଅଘଟଣ । ଆଜି ବୁର୍ଲା (ଭିମସାର)ମେଡିକାଲ ହଷ୍ଟେଲ୍ରୁ ୬ ଜଣ ଛାତ୍ର ବୁଲିବାକୁ ଯାଇଥିଲେ । ଏହି ସମୟରେ କୌଣସି କାରଣରୁ ଜଣେ ଛାତ୍ର ବୁଡ଼ିଯାଉଥିବା ବେଳେ ଅନ୍ୟ ଜଣେ ବଞ୍ଚାଇବାକୁ ଯାଇ ପ୍ରାଣ ହରାଇଛନ୍ତି ।ଏହି ୨ ଛାତ୍ର କେଉଁ ବର୍ଷରେ ପଢୁଥିଲେ ତାହା ସ୍ପଷ୍ଟ ହୋଇନାହିଁ । ତେବେ ଛାତ୍ରଙ୍କ ଘର ଦିଲ୍ଲୀରେ ହୋଇଥିବାବେଳେ ଛାତ୍ରୀଙ୍କ ଘର ରାଜସ୍ଥାନରେ ବୋଲି ଜଣ। ପଡିଛି । ଅଘଟଣର ଖବର ପାଇ ତୁରନ୍ତ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇ ଯୁଜୁମୁରା ପ୍ରାଥମିକ ଚିକିତ୍ସାଳୟକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଘଟଣର ଖବର ପାଇ ଘଟଣାସ୍ଥଳ ଅଭିମୁଖେ ଯାଇଛନ୍ତି କଲେଜ ଅଧିକ୍ଷକ ଏବଂ ଡିନ ।




