ପାଞ୍ଚ ଦିନ ପାଇଁ ୧୦ ଜିଲ୍ଳାକୁ heat wave warning; ପିଲା ଓ ବୟସ୍କ ବ୍ୟକ୍ତିଙ୍କୁ ବାହାର ମନା
Reported by Samir Kar ଭୁବନେଶ୍ୱର : ମେ ୨୪: ରାଜ୍ୟରେ ବର୍ଷୁଛି ନିଆଁ । ତାପମାତ୍ରା ୪୦ ଡିଗ୍ରି ଟପିଲାଣି । ରବିବାର ଟିଟିଲାଗଡର ତାପମାତ୍ରା ୪୫ ଡିଗ୍ରୀ ଟପିଛି । ଆଗାମୀ ୫ ଦିନ ମଧ୍ୟରେ ଏହି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସକାଳ ୯ ବାଜିଲେ ତତଲା ପବନରେ ମୁହଁ ପୋଡିଯାଉଛି । ନା ଘରେ ରହି ହେଉଛି ନା […]
Reported by Samir Kar
ଭୁବନେଶ୍ୱର : ମେ ୨୪: ରାଜ୍ୟରେ ବର୍ଷୁଛି ନିଆଁ । ତାପମାତ୍ରା ୪୦ ଡିଗ୍ରି ଟପିଲାଣି । ରବିବାର ଟିଟିଲାଗଡର ତାପମାତ୍ରା ୪୫ ଡିଗ୍ରୀ ଟପିଛି । ଆଗାମୀ ୫ ଦିନ ମଧ୍ୟରେ ଏହି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସକାଳ ୯ ବାଜିଲେ ତତଲା ପବନରେ ମୁହଁ ପୋଡିଯାଉଛି । ନା ଘରେ ରହି ହେଉଛି ନା ବାହାରକୁ ବାହାରି ହେଉଛି। ଏହାକୁ ଦୃଷ୍ଟିରେ ରଖି ଆଗାମୀ ପାଞ୍ଚ ଦିନ ପାଇଁ ହିଟ୍େୱଭ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଅର୍ଥାତ୍ ୨୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୦ ଟି ଜିଲ୍ଲାରେ ଏହି ସର୍ତକତା ଜାରି କରାଯାଇଛି । ଏହି ୧୦ ଜିଲ୍ଲା ଗୁଡିକ ହେଲା ବଲାଙ୍ଗୀର, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ, ସୋନପୁର, ନୂଆପଡା, ବରଗଡ, ଝାରସୁଗୁଡା, ମାଲକାନଗିରି ଓ ସମ୍ବଲପୁର । ଏହି ପାଞ୍ଚ ଦିନ ଗୁଡିକରେ ସକାଳ ୯ଟାରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅସୁସ୍ଥ, ଛୋଟ ପିଲା ଓ ବୟସ୍କ ବ୍ୟକ୍ତିଙ୍କୁ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।
ସେପଟେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପରିସ୍ଥିତିର ମୁକାବିଲା କରିବାକୁ ସମସ୍ତ ସତର୍କତା ପଦକ୍ଷପର ସମୀକ୍ଷା କରି ସୁନିଶ୍ଚିତ ହେବାକୁ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି । ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା କରିବାକୁ ପୂର୍ବ ପ୍ରଦତ୍ତ ଚିଠି ଅନୁସାରେ ପଦକ୍ଷେପ ଗ୍ରହଣ କରିବାକୁ ପୁଣି ଥରେ ଜିଲ୍ଲାପାଳମାନଙ୍କୁ ଶ୍ରୀ ଜେନା କହିଛନ୍ତି ।
ଜଳ ସଙ୍କଟ ପରିସ୍ଥିତି ସୁଧାରିବା ପାଇଁ ନଳକୂପ, ପାଇପ୍ ଯୋଗେ ଜଳ ଯୋଗାଣ ହେଉଥିବା ପ୍ରକଳ୍ପ ମରାମତି କରିବା ସହ ପାନୀୟ ଜଳ ସଙ୍କଟ ଥିବା ଜନବସତି ଅଞ୍ଚଳକୁ ଟ୍ୟାଙ୍କର ଯୋଗେ ଜଳ ପଠାଇବା, ଜଳ ସଙ୍କଟ ଥିବା ସ୍ଥାନରେ ପାନୀୟ ଜଳ କେନ୍ଦ୍ର ଖୋଲିବା, ଅଂଶୁଘାତ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ଡାକ୍ତରଖାନା, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର/ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱତନ୍ତ୍ର ବନ୍ଦୋବସ୍ତ କରିବା, ପ୍ରାଣୀ ସମ୍ପଦର ଯନି ନେବା, ଶ୍ରମିକମାନଙ୍କର କାର୍ଯ୍ୟ କରିବାର ସମୟ ଅବଧି ସ୍ଥିର କରିବା ଆଦି ପଦକ୍ଷେପ ନେବା ପାଇଁ ପୂର୍ବ ପତ୍ରରେ ଜିଲ୍ଲାପାଳମାନଙ୍କ ପ୍ରତି ନିର୍ଦ୍ଦେଶ ଥିଲା ବୋଲି ରିଲିଫ କମିଶନର ଶ୍ରୀ ଜେନା ସୂଚନା ଦେଇଛନ୍ତି ।




