ପାଗରେ ପରିବର୍ତନ, ସାରା ରାଜ୍ୟରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା
ଭୁବନେଶ୍ୱର :ଗତ ସପ୍ତାହେ ଧରି ଜାରି ରହିଛି ରାଜ୍ୟରେ କୋହୋଲା ପାଗ I ଗତ ୩ ଦିନ ଧରି ଉପକୂଳ ଓଡିଶା ସମେତ ସମଗ୍ର ଉତ୍ତର ଓଡ଼ିଶାରେ ବର୍ଷା ଲାଗିରହିଥିବାବେଳେ,ଗତକାଲି ରାତିରୁ ଟ୍ୱିନ ସିଟିରେ ଆରମ୍ଭ ହୋଇଛି ଝିପି ଝିପି ବର୍ଷା I ଆସନ୍ତା କାଲି ଯାଏଁ ରାଜ୍ୟରେ ଏଇଭଳି ପାଗ ଲାଗିରହିବ I ଦକ୍ଷିଣ ଛତିଶଗଡ଼ ବାୟୁମଣ୍ଡଳ ଉପରି ଭାଗରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ କୋହଲା ପାଗ ଜାରି ରହିବ I […]
ଭୁବନେଶ୍ୱର :ଗତ ସପ୍ତାହେ ଧରି ଜାରି ରହିଛି ରାଜ୍ୟରେ କୋହୋଲା ପାଗ I ଗତ ୩ ଦିନ ଧରି ଉପକୂଳ ଓଡିଶା ସମେତ ସମଗ୍ର ଉତ୍ତର ଓଡ଼ିଶାରେ ବର୍ଷା ଲାଗିରହିଥିବାବେଳେ,ଗତକାଲି ରାତିରୁ ଟ୍ୱିନ ସିଟିରେ ଆରମ୍ଭ ହୋଇଛି ଝିପି ଝିପି ବର୍ଷା I ଆସନ୍ତା କାଲି ଯାଏଁ ରାଜ୍ୟରେ ଏଇଭଳି ପାଗ ଲାଗିରହିବ I ଦକ୍ଷିଣ ଛତିଶଗଡ଼ ବାୟୁମଣ୍ଡଳ ଉପରି ଭାଗରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ କୋହଲା ପାଗ ଜାରି ରହିବ I ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି I
ଆଜି ଉପକୂଳ ସମେତ ନୂଆପଡ଼ା, ବଲାଙ୍ଗୀର, କନ୍ଧମାନ, ରାୟଗଡ଼ା, ବୌଦ୍ଧ, ଢ଼େଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ ।
ପରବର୍ତ୍ତୀ ୨୪ ଘଣ୍ଟାରେ ଗଜପତି, ଗୟଗଡ଼ା, ଗଞ୍ଜାମ, ପୁରୀ, ଜଗତସିଂହପୁର, କନ୍ଧମାନ, କୋରାପୁଟ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ । ୨୬ ତାରିଖଠାରୁ ପାଗରେ ପରିବର୍ତ୍ତନ ହେବ । ସେପଟେ ଆସନ୍ତା ଦୁଇ ଦିନ ଅସ୍ତବ୍ୟସ୍ତ କରିବ କୁହୁଡ଼ି । ଏନେଇ ବିଭିନ୍ନ ଜିଲ୍ଲାକୁ ଘନ କୁହୁଡ଼ି ନେଇ ଆଲର୍ଟ ଜାରି କରାଯାଇଛି ।
ଗତକାଲି ମେଘୁଆ ପାଗ ହେତୁ ଝାରସୁଗୁଡାରେ ସର୍ବୋଚ୍ଚ ଦିନ ତାପମାତ୍ରା ୧୮.୨° C, ସମ୍ବଲପୁର ରେ ୧୮.୭°C ଏବଂ ରାଉରକେଲା ରେ ୧୯.୬°C ରେକର୍ଡ ହୋଇଛି । ଆସନ୍ତାକାଲି, ୨୫ ତାରିଖ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଲାଗିରହିବ କୋହଲା ପାଗ । ୨୬ ରୁ ବଦଳିବ ପାଗ । ୨୪ ଘଣ୍ଟା ପରେ ପରବର୍ତ୍ତୀ ୩ ଦିନ ମଧ୍ୟରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ତଳକୁ ଖସିବ ରାତ୍ରି ତାପମାତ୍ରା ।




