ପାଇପ ଲାଇନ ଖୋଳା ବେଳେ ମାଟି ଅତଡ଼ା ଧସି ୨ ମୃତ
ଯୋଡ଼ା : ପାଇପ ଲଇଁ ଖୋଳା ବେଳେ ଧସିଲା ମାଟି ଅତଡ଼ା I ଏଥିରେ ୨ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ଘଟିଛି I ଘଟଣା ଘଟିଛି କେନ୍ଦୁଝର ଜିଲା ଯୋଡ଼ା ଥାନା କମାରଯୋଡ଼ାରେ I ମୃତ ଶ୍ରମିକ ହେଲେ, କଳାପାହାଡ଼ ତଲକହଟିଂର ଅର୍ଜୁନ ଲୋହାର (୨୨) ଓ ଚରଣ ଲୋହାର (୧୭)। ସେହିପରି ଆହତ ଶ୍ରମିକ ହେଲେ ମୁକେଶ ସର୍ଦ୍ଦାର। ସୂଚନା ଅନୁସାରେ, ଆଜି ଅପରାହ୍ନ ୩ଟା ସମୟରେ ଏକ ଘରୋଇ କମ୍ପାନୀ ଦ୍ୱାରା ସେହି ଅଞ୍ଚଳରେ […]
ଯୋଡ଼ା : ପାଇପ ଲଇଁ ଖୋଳା ବେଳେ ଧସିଲା ମାଟି ଅତଡ଼ା I ଏଥିରେ ୨ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ଘଟିଛି I ଘଟଣା ଘଟିଛି କେନ୍ଦୁଝର ଜିଲା ଯୋଡ଼ା ଥାନା କମାରଯୋଡ଼ାରେ I ମୃତ ଶ୍ରମିକ ହେଲେ, କଳାପାହାଡ଼ ତଲକହଟିଂର ଅର୍ଜୁନ ଲୋହାର (୨୨) ଓ ଚରଣ ଲୋହାର (୧୭)। ସେହିପରି ଆହତ ଶ୍ରମିକ ହେଲେ ମୁକେଶ ସର୍ଦ୍ଦାର।
ସୂଚନା ଅନୁସାରେ, ଆଜି ଅପରାହ୍ନ ୩ଟା ସମୟରେ ଏକ ଘରୋଇ କମ୍ପାନୀ ଦ୍ୱାରା ସେହି ଅଞ୍ଚଳରେ ଅଣ୍ଡର ଗ୍ରାଉଣ୍ଡ ଡ୍ରେନେଜ କାମ ଚାଲୁଥିଲା I ଜେସିବି ସାହାଯ୍ୟରେ ମାଟିଖୋଳା ଚାଲିଥିଲାବେଳେ ଅଚାନକ ମାଟି ଅତଡ଼ା ଖସି ପଡ଼ିବାରୁ ଅର୍ଜୁନ ଓ ଚରଣ ସମ୍ପୂର୍ଣ୍ଣ ପୋତି ହୋଇଯାଇଥିବା ବେଳେ ମୁକେଶ ଆଂଶିକ ପୋତିହୋଇ ଯାଇଥିଲେ। ଖବର ପ୍ରଚାରିତ ହେବାପରେ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଣ୍ଟାଏ ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ଟାଟାଷ୍ଟିଲ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଅର୍ଜୁନ ଓ ଚରଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ କମାରଯୋଡ଼ା ତାରିଣୀଛକରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ଏହି ଘଟଣା ପରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍ରେ ଚମ୍ପୁଆ ଉପଜିଲ୍ଲାପାଳ ଓ ବଡ଼ବିଲ ତହସିଲଦାରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।




