ପାଇପ କାମବେଳେ ମାଟି ଅତଡ଼ା ଧସି ୩ ଶ୍ରମିକ ମୃତ
ଯାଜପୁର : ପାଇପ ଲାଇନ କାମବେଳେ ମାଟି ଅତଡ଼ା ଧସି ଯାଇ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି I ଯାଜପୁର ଜିଲ୍ଲା ବିଂଝାରପୁର ରାହାସ ନିକଟରେ ଏଲ ଆଣ୍ଡ ଟିର ପାଇପ ଲାଇନ କାମ ବେଳେ ଏହି ଅଘଟଣ ଘଟିଛି। ଦୁର୍ଘଟଣାପରେ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବିଂଝାରପୁର ଓ ପରେ ଯାଜପୁର ମେଡିକାଲ ନିଆଯାଇଥିଲା I ତେବେ ସେଠାରେ ୩ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ଇ ଏହି ଘଟଣାରେ ଅନ୍ୟ ଜଣେ […]
ଯାଜପୁର : ପାଇପ ଲାଇନ କାମବେଳେ ମାଟି ଅତଡ଼ା ଧସି ଯାଇ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି I ଯାଜପୁର ଜିଲ୍ଲା ବିଂଝାରପୁର ରାହାସ ନିକଟରେ ଏଲ ଆଣ୍ଡ ଟିର ପାଇପ ଲାଇନ କାମ ବେଳେ ଏହି ଅଘଟଣ ଘଟିଛି। ଦୁର୍ଘଟଣାପରେ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବିଂଝାରପୁର ଓ ପରେ ଯାଜପୁର ମେଡିକାଲ ନିଆଯାଇଥିଲା I ତେବେ ସେଠାରେ ୩ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ଇ ଏହି ଘଟଣାରେ ଅନ୍ୟ ଜଣେ ଆହତ ହୋଇଥିଲେ ,ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ମେଡିକାଲ୍ରୁ ଡିସ୍ଚାର୍ଜ କରାଯାଇଛି I ମୃତ ୩ ଜଣ ତାମିଲନାଡ଼ୁ ଓ ବିହାରର ବୋଲି ଜଣାପଡ଼ିଛି।
କପିଳା ପଞ୍ଚାୟତ ରାହାଁସ ନିକଟରେ ଏଲ ଆଣ୍ଡ ଟି କମ୍ପାନୀର ପାଇପ ଲାଇନ୍ କାମ ଚାଲିଛି। ଗତ ରାତିରେ କାମ ଚାଲିଥିବା ବେଳେ ତଳେ ୩ ଶ୍ରମିକ କାମ କରୁଥିଲେ। ହଠାତ୍ ସେମାନଙ୍କ ଉପରେ ମାଟି ଅତଡ଼ା ଖସି ପଡ଼ିଥିଲା।




