ପଶ୍ଚିମବଙ୍ଗରୁ ଆସି ପହଁଚିଲା ଆଳୁ ଟ୍ରକ
ଭୁବନେଶ୍ୱର : ରାଜ୍ୟରେ ଟଳିଲା ଆଳୁ ସଙ୍କଟ । ପଶ୍ଚିମବଙ୍ଗ ସରକାରଙ୍କ ସହ କଥାବାର୍ତ୍ତା ପରେ ଆସିଲା ଆଳୁ ଟ୍ରକ । ବଜାର ଦର ଧିରେ ଧିରେ ସ୍ବାଭାବିକ ହେଉଛି, ଦର ୩୨/୩୪ ଟଙ୍କା ହେଲାଣି। ଆଳୁ ଦର ସ୍ବାଭାବିକ ହେଉଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗରୁ ଆଳୁ ଆସୁନଥିବାରୁ ଦର ବଢ଼ିଥିଲା, ଏବେ ଆସିବା ଆରମ୍ଭ ହୋଇଛି। ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ପରେ ଆସିବା ଆରମ୍ଭ ହୋଇଛି। ତେବେ […]
ଭୁବନେଶ୍ୱର : ରାଜ୍ୟରେ ଟଳିଲା ଆଳୁ ସଙ୍କଟ । ପଶ୍ଚିମବଙ୍ଗ ସରକାରଙ୍କ ସହ କଥାବାର୍ତ୍ତା ପରେ ଆସିଲା ଆଳୁ ଟ୍ରକ । ବଜାର ଦର ଧିରେ ଧିରେ ସ୍ବାଭାବିକ ହେଉଛି, ଦର ୩୨/୩୪ ଟଙ୍କା ହେଲାଣି। ଆଳୁ ଦର ସ୍ବାଭାବିକ ହେଉଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗରୁ ଆଳୁ ଆସୁନଥିବାରୁ ଦର ବଢ଼ିଥିଲା, ଏବେ ଆସିବା ଆରମ୍ଭ ହୋଇଛି। ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ପରେ ଆସିବା ଆରମ୍ଭ ହୋଇଛି। ତେବେ ମନ୍ତ୍ରୀ ୩୨/୩୪ କହୁଥିଲେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଦର ଉଚ୍ଚା ରହିଛି। କଟକ, ଭୁବନେଶ୍ବରରେ ଆଜି ଆଳୁ କେଜି ୫୦ ଟଙ୍କା ଥିବା ସୂଚନା ରହିଛି ।
ସେହିପରି ଶୀତଳଭଣ୍ଡାର ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି କି ରାଜ୍ୟରେ ଯେଉଁ ସବୁ ଶୀତଳ ଭଣ୍ଡାର ଅଛି ତାହା ଚାଲୁ ନାହିଁ । ପୂର୍ବ ସରକାର ଶୀତଳଭଣ୍ଡାର କରି ନାହାନ୍ତି । ରାଜ୍ୟରେ ୮ ରୁ ୯ ଟି ଶୀତଳ ଭଣ୍ଡାର ସଚଳ ଅଛି ବାକି ସବୁ ଅଚଳ । ଏଥିପାଇଁ ପ୍ରାୟ ସମୟରେ ରାଜ୍ୟରେ ଆଳୁ ସହିତ ପାଣି ପରିବା ମହଜୁଦ ହୋଇ ପାରୁ ନଥିବାରୁ ସାମୟିକ ସଙ୍କଟ ଦେଖା ଦେଉଛି ।
ସୂଚନାନୁସାରେ,ଶୁକ୍ରବାର ପଶ୍ଚିମବଙ୍ଗରୁ ଆସିଥିବା ଆଳୁ ଗାଡ଼ି ଫେରିଯାଇଥିଲା। ଯାହାକୁ ନେଇ ଦୁର୍ଭାଗ୍ୟଜନକ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ। ମନ୍ତ୍ରୀ କହିଥିଲେ, ପଶ୍ଚିମବଙ୍ଗ ଆଳୁ ନ ଦେଲେ ଆମେ ଉତ୍ତର ପ୍ରଦେଶରୁ ଆଣିବୁ। ପଶ୍ଚିମବଙ୍ଗ ସରକାରଙ୍କ ଏଭଳି ନିଷ୍ପତ୍ତି ନେଇ ତାଙ୍କ ସହ ଆଲୋଚନା କରିବୁ । ପଶ୍ଚିମବଙ୍ଗ ଯଦି ଆଳୁ ନ ଦିଏ, ଖୁବ ଶୀଘ୍ର ୟୁପିରୁ ଆଳୁ ଆଣିବୁ। ଅନ୍ୟପଟେ ୩୨ ଟଙ୍କାରୁ ଅଧିକରେ ଆଳୁ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଥିଲେ।
ଅନ୍ୟପଟେ ଓଡ଼ିଶାରେ ସିଧା ସଳଖ ଆଳୁ ବୋଝେଇ ଟ୍ରକ ପହଁଚିବା ପାଇଁ ପଶ୍ଚିମବଙ୍ଗ ସରକାର ଅନୁମତି ଦେଇନାହିଁ । ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଆଳୁ ଟ୍ରକକୁ ଜଗି ରହିଛି ପୋଲିସ । ପ୍ରଶାସନିକ ସ୍ତରରେ କୌଣସି ନିଷ୍ପତି ହୋଇନଥିବା ବେଳେ,ଲୁଚାଛପା ଭାବରେ ଆଳୁ ବୋଝେଇ ଟ୍ରକ ଆସି ପହଁଚିଛି । ସେହିପରି ପଶ୍ଚିମବଙ୍ଗର ଲକ୍ଷ୍ମଣନାଥ ଟୋଲ ଗେଟରେ ଅଟକି ରହିଥିବା କିଛି ଟ୍ରକ ଭୁବନେଶ୍ୱର ବଜାରରେ ପହଞ୍ଚିଛି।




