ପରୀକ୍ଷା ପାଇଁ ୬ କିଲୋମିଟର ବାଟ ଚାଲିଲେ ୯୦ ଛାତ୍ରୀ

ମୟୁରଭଞ୍ଜ : ପଞ୍ଚାୟତସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ୬ କିମି.ରୁ ଉର୍ଧ୍ଵ ବାଟ ଚାଲି ଚାଲି ଗଲେ ୯୦ ଜଣ ଛାତ୍ରୀ I ୪ର୍ଥ ରୁ ୬ଷ୍ଠ ଶ୍ରେଣୀର ୯୦ ଜଣ ଛାତ୍ରୀ ୧୨ ରୁ ୧୩ କି.ମି. ଚାଲି ଚାଲି ଯିବାଆସିବା କାରି ପରୀକ୍ଷା ଦେଇଛନ୍ତି I ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମୋରଡା ବ୍ଲକ ଅଧିନସ୍ଥ ଭାଲିଆଡିହା କେଜିବିଭି ସ୍କୁଲର ଷଷ୍ଠଶ୍ରେଣୀର ଛାତ୍ରୀ ଏବଂ ଆଦିବାସୀ […]

Samaya Live Picture
Published On

ମୟୁରଭଞ୍ଜ : ପଞ୍ଚାୟତସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ୬ କିମି.ରୁ ଉର୍ଧ୍ଵ ବାଟ ଚାଲି ଚାଲି ଗଲେ ୯୦ ଜଣ ଛାତ୍ରୀ I ୪ର୍ଥ ରୁ ୬ଷ୍ଠ ଶ୍ରେଣୀର ୯୦ ଜଣ ଛାତ୍ରୀ ୧୨ ରୁ ୧୩ କି.ମି. ଚାଲି ଚାଲି ଯିବାଆସିବା କାରି ପରୀକ୍ଷା ଦେଇଛନ୍ତି I ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମୋରଡା ବ୍ଲକ ଅଧିନସ୍ଥ ଭାଲିଆଡିହା କେଜିବିଭି ସ୍କୁଲର ଷଷ୍ଠଶ୍ରେଣୀର ଛାତ୍ରୀ ଏବଂ ଆଦିବାସୀ ହରିଜନ ଆବାସିକ ବିଦ୍ୟାଳୟର ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କୁ ରାସ୍ତାରେ ଚଲାଇ ନିଆଯାଇଛି । ପଞ୍ଚାୟତ ସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ଛାତ୍ରୀମାନଙ୍କୁ ବାରମାଇଲ ଉପେନ୍ଦ୍ର ନାଥ ଘୋଷ ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରକୁ ଚଲାଇ ଚଲାଇ ନିଆଯାଇଛି I ପିଲାମାନଙ୍କୁ ପରୀକ୍ଷାକେନ୍ଦ୍ରକୁ ଯିବା ପାଇଁ ବିଦ୍ୟାଳୟ ପକ୍ଷରୁ କୌଣସି ଗାଡିର ଗାଡ଼ିର ବ୍ୟବସ୍ଥା କରାଯାଇ ନଥିଲା।କୁନି କୁନି ପିଲାଙ୍କୁ ଏତେବାଟ ଚଳାଇବା ନେଇ ଘଟଣାକୁ ନେଇ ତାତିଛନ୍ତି ଅଭିଭାବକ । ଏନେଇ ପ୍ରଧାନ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ଜେନା କହିଛନ୍ତି ପିଲାମାନଙ୍କୁ ଗାଡ଼ିରେ ନେବା ଆଣିବା କରିବା ନିମନ୍ତେ ଅନୁଦାନ ନଥିବାରୁ ପିଲାମାନଙ୍କୁ ଚଳାଇ ଚଳାଇ ନେଇଥିଲି I ଶୁଣିବାକୁ ମିଳୁଛି ପ୍ରଧାନ ଶିକ୍ଷୟିତ୍ରୀ ବିଗତ ୧୧ବର୍ଷଧରି ଉକ୍ତ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ଵ ତୁଲାଇ ଆସୁଛନ୍ତି । ବିଦ୍ୟାଳୟ SIG ଗ୍ରାଣ୍ଟ ରେ ଟଙ୍କା ଥାଇ କୁନି କୁନି ଛାତ୍ରୀ ମାନଙ୍କୁ ରାସ୍ତାରେ ଚଲାଇବା ଘଟଣାର ଦୃଢ ନିନ୍ଦା କରିବା ସହିତ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସାଧାରଣ ଜନତା I

Tags: