ପରିମଳ କର୍ମଚାରୀଙ୍କୁ କୁଶଳୀ ଏବଂ ଅତି କୁଶଳୀ ମାନ୍ୟତା ,ମିଳିବ ବୀମା ସହ ବାସଗୃହ

ଭୁବନେଶ୍ୱର: ଅଧିକ ସଶକ୍ତ ହେବେ ପରିମଳ କର୍ମଚାରୀ । କୁଶଳୀ ଏବଂ ଅତିକୁଶଳୀ ମାନ୍ୟତା ସହ ପରିମଳ କର୍ମଚାରୀଙ୍କୁ ମିଳିବ ବାସଗୃହ,ବୀମା ଏବଂ ସ୍ମାର୍ଟ ଫୋନର ସୁବିଧା । ସହରୀ ପିଏମ ଯୋଜନାରେ ମିଳିବ ଛାତ ଘର । କର୍ମକ୍ଷେତ୍ରରେ ମୃତ୍ୟୁ ଘଟିଲେ କର୍ମଚାରୀଙ୍କୁ ୩୦ ଲକ୍ଷ ତାଙ୍କର କ୍ଷତିପୂରଣ ଦେବେ ରାଜ୍ୟ ସରକାର । ପରିମଳ କର୍ମଚାରୀଙ୍କୁ ସଶକ୍ତ କରିବା ପାଇଁ ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨ ଦିନିଆ ଗରିମା […]

ପରିମଳ କର୍ମଚାରୀଙ୍କୁ କୁଶଳୀ ଏବଂ ଅତି କୁଶଳୀ ମାନ୍ୟତା ,ମିଳିବ ବୀମା ସହ ବାସଗୃହ
Samaya Live Picture
Published On

ଭୁବନେଶ୍ୱର: ଅଧିକ ସଶକ୍ତ ହେବେ ପରିମଳ କର୍ମଚାରୀ । କୁଶଳୀ ଏବଂ ଅତିକୁଶଳୀ ମାନ୍ୟତା ସହ ପରିମଳ କର୍ମଚାରୀଙ୍କୁ ମିଳିବ ବାସଗୃହ,ବୀମା ଏବଂ ସ୍ମାର୍ଟ ଫୋନର ସୁବିଧା । ସହରୀ ପିଏମ ଯୋଜନାରେ ମିଳିବ ଛାତ ଘର । କର୍ମକ୍ଷେତ୍ରରେ ମୃତ୍ୟୁ ଘଟିଲେ କର୍ମଚାରୀଙ୍କୁ ୩୦ ଲକ୍ଷ ତାଙ୍କର କ୍ଷତିପୂରଣ ଦେବେ ରାଜ୍ୟ ସରକାର । ପରିମଳ କର୍ମଚାରୀଙ୍କୁ ସଶକ୍ତ କରିବା ପାଇଁ ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨ ଦିନିଆ ଗରିମା ଜାତୀୟ କର୍ମଶାଳା ଉଦଘାଟନ ହୋଇଯାଇଛି । କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରିଥିଲେ । ପରିମଳ କର୍ମଚାରୀଙ୍କୁ ସୁରକ୍ଷା, ସମ୍ମାନ ପ୍ରଦାନ ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଥିବାଲା । ଏହା ସହ ସେମାନଙ୍କୁ ଉଚିତ୍ ମଜୁରୀ ପ୍ରଦାନ, ଶୂନ୍ୟ ଦୁର୍ଘଟଣା ମୃତ୍ୟୁ ପାଇଁ ପ୍ରୟାସ ସହ ସ୍ବାସ୍ଥ୍ୟ ସେବା ଓ ସମାଜିକ ସୁରକ୍ଷା ଦିଗରେ କିଭଳି ସେମାନଙ୍କ ପାଇଁ କାର୍ଯ୍ୟ କରିହେବ ସେନେଇ ମାନସମନ୍ଥନ ହେବ ।

ଆୟୋଜିତ କର୍ମଶାଳାରେ ପରିମଳ କର୍ମଚାରୀଙ୍କୁ ଜୀବନ ବୀମା ମିଳିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଗ୍ରେଡ଼-୧ ପରିମଳ କର୍ମଚାରୀଙ୍କୁ ମିଳିବ ୧୦ ଲକ୍ଷର ବୀମା । ସମସ୍ତ୍ ପରିମଳ କର୍ମଚାରୀଙ୍କୁ ବାସଗୃହ (ଆବାସ)ଯୋଗାଇ ଦିଆଯିବ । ଏହା ସହ ଜରୁରୀକାଳୀନ ସୂଚନା ପାଇଁ ସମସ୍ତ ପରିମଳ (ଗ୍ରେଡ଼ ୧) କର୍ମଚାରୀଙ୍କୁ ସ୍ମାର୍ଟ ମୋବାଇଲ ଫୋନ ମିଳିବବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Tags: