ପରିବାର ଲୋକଙ୍କୁ ଅଚେତ କରି ଟଙ୍କା ସୁନା ନେଇ ନାବାଳିକା ଫେରାର

ଯାଜପୁର : ଟଙ୍କା ସୁନା ନେଇ ଘରୁ ଫେରାର ହେଲା ନାବାଳିକା । ପରିବାର ଲୋକଙ୍କୁ ଖାଦ୍ୟରେ ନିଶା ଦେଇ ଅଚେତ କରିବା ପରେ ନିଜ ପ୍ରେମିକ ସହ ଫେରାର ହୋଇ ଯାଇଛି ନାବାଳିକା । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ନଠୁଆବର ଗାଁରେ । ନିଶା ପ୍ରତିକ୍ରିୟାରେ ନାବାଳିକାଙ୍କ ବାପା ମା’ ଓ ୩ ସାନ ଉଉଣୀଙ୍କର ସ୍ବାସ୍ଥ୍ୟବସ୍ଥା ଉଦ୍‌ବେଗଜନକ ରହିଛି। ପ୍ରଥମେ ସେମାନଙ୍କୁ ମଧୁବନ ଡାକ୍ତରଖାନାରେ ଭର୍ତ୍ତି […]

Samaya Live Picture
Published On

ଯାଜପୁର : ଟଙ୍କା ସୁନା ନେଇ ଘରୁ ଫେରାର ହେଲା ନାବାଳିକା । ପରିବାର ଲୋକଙ୍କୁ ଖାଦ୍ୟରେ ନିଶା ଦେଇ ଅଚେତ କରିବା ପରେ ନିଜ ପ୍ରେମିକ ସହ ଫେରାର ହୋଇ ଯାଇଛି ନାବାଳିକା । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ନଠୁଆବର ଗାଁରେ । ନିଶା ପ୍ରତିକ୍ରିୟାରେ ନାବାଳିକାଙ୍କ ବାପା ମା’ ଓ ୩ ସାନ ଉଉଣୀଙ୍କର ସ୍ବାସ୍ଥ୍ୟବସ୍ଥା ଉଦ୍‌ବେଗଜନକ ରହିଛି। ପ୍ରଥମେ ସେମାନଙ୍କୁ ମଧୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଏହି ଘଟଣାରେ ଅସୁସ୍ଥ ଥିବା ୨ସାନ ଭଉଣୀଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଛି ।

ଘଟଣାରୁ ସୂଚନା ମିଳିଛି ଯେ ପୂର୍ବରୁ ମଧ୍ୟ ନାବାଳିକା ଜନକ ଉକ୍ତ ଯୁବକ ସହିତ ଫେରାର ହୋଇଯାଇଥିବାବେଳେ ପରିବାର ଲୋକେ ତାଙ୍କୁ ଫେରାଇ ଆଣିଥିଲେ । ଏହି ସମୟରେ ନାବାଳିକାଙ୍କୁ ଅନ୍ୟତ୍ର ବିବାହ ପାଇଁ ଯୋଗାଡ଼ ଚାଲିଥିବା ସମୟରେ ଘରୁ ଟଙ୍କା ଏବଂ ସୁନା ନେଇ ପୁଣି ଠାରେ ସେହି ଯୁବକ ସହ ଫେରାର ହୋଇ ଯାଇଛି ନାବଳିକା । ଘଟଣାର ଅଭିଯୋଗ ପାଇଁ କୁଆଖିଆ ପୋଲିସ ନାବାଳିକାର ଅନୁସନ୍ଧାନ ଜାରି ରଖିଛି ।

Tags: