ପରଲୋକରେ ମହେଶ୍ୱର ମହାନ୍ତି
ଭୁବନେଶ୍ୱର : ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ I ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ୩.୨୫ ମିନିଟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ରେ ତାଙ୍କର ପରଲୋକ ହୋଇଛି I ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା I ସେ ଗତ ୩୧ ତାରିଖରୁ ହସ୍ପିଟାଲ ରେ ଭର୍ତି ହୋଇଥିଲେ । ସ୍ବର୍ଗତଃ ମହେଶ୍ୱର ମହାନ୍ତି ୨୬ ଫେବ୍ରୁଆରୀ ୧୯୫୬ରେ ଜନ୍ମଗ୍ରହଣ କରିଥିଲେ । ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ MA […]
ଭୁବନେଶ୍ୱର : ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ I ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ୩.୨୫ ମିନିଟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ରେ ତାଙ୍କର ପରଲୋକ ହୋଇଛି I ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା I ସେ ଗତ ୩୧ ତାରିଖରୁ ହସ୍ପିଟାଲ ରେ ଭର୍ତି ହୋଇଥିଲେ ।
ସ୍ବର୍ଗତଃ ମହେଶ୍ୱର ମହାନ୍ତି ୨୬ ଫେବ୍ରୁଆରୀ ୧୯୫୬ରେ ଜନ୍ମଗ୍ରହଣ କରିଥିଲେ । ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ MA କରିବା ପରେ ଉତ୍କଳ ବିଶ୍ବବିଦ୍ୟାଳୟରେ LLB କରିଥିଲେ । ପ୍ରଥମେ ପେଶାରେ ଆଇନଜୀବୀ ଥିଲେ ମହେଶ୍ବର । ବର୍ତ୍ତମାନ ପୁରୀ ଜିଲ୍ଲା ସଭାପତି ଦାୟିତ୍ବରେ ଥିଲେ ମହେଶ୍ବର I ତାଙ୍କର ରାଜନୈତିକ କ୍ୟାରିଅର ପୁରୀ କାଉନସିଲର୍ ଭାବେ ଆରମ୍ଭ ହୋଇଥିଲା । ପରେ ପରେ ପୁରୀ ପୌରପାଳିକାର ଅଧ୍ୟକ୍ଷ ଥିଲେ । ସେ ୧୯୯୫ରେ ଜନତା ଦଳରୁ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ଭାବେ ବିଜେଡିରୁ ବିଧାୟକ ହୋଇଥିଲେ I
୨୦୦୪ ମସିହାରୁ ୨୦୦୮ ପର୍ଯ୍ୟନ୍ତ ବିଧାନସଭାର ବାଚସ୍ପତି ପଦବୀ ସମ୍ଭାଳିଥିଲେ । ୨୦୧୧ରୁ ୨୦୧୯ ପର୍ଯ୍ୟନ୍ତ ପଞ୍ଚାୟତିରାଜ, ରାଜସ୍ବ, ଆଇନ,ପର୍ଯ୍ୟଟନ, ଯୋଜନା ଓ ସଂଯୋଜନା ଭଳି ପ୍ରମୁଖ ବିଭାଗର ମନ୍ତ୍ରୀ ପଦବୀରେ ଥିଲେ ମହେଶ୍ବର ।ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି I




