ପଦ୍ମପୁରରେ ଶଙ୍ଖ ଧ୍ୱନି ,୪୨,୬୭୯ ଭୋଟ୍ରେ ଜିତିଲେ ବର୍ଷା
ପଦ୍ମପୁର : ଗୁରୁବାର ଦିନ ପଦ୍ମପୁର ପରିବେଶ ହେଲା ଶଙ୍ଖଧ୍ୱନି ମୟ I ପଦ୍ମପୁର ଉପନିର୍ବାଚନର ବିଜେଡିର ହୋଇଛି ବୃହତ ବିଜୟ I ଦଳୀୟ ପ୍ରାର୍ଥିନୀ ବର୍ଷା ସିଂ ବରିହା ରେକର୍ଡ ସଂଖ୍ୟକ ୪୨,୬୭୯ ଭୋଟ୍ ବ୍ୟବଧାନରେ ନିକଟତମ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପରାସ୍ତ କରିଛନ୍ତି। ବର୍ଷା ୧,୨୦,୮୦୭ ଭୋଟ୍ ପାଇଥିବା ବେଳେ ପ୍ରଦୀପ ୭୮,୧୨୮ ଭୋଟ୍ରେ ସୀମିତ ରହିଛନ୍ତି। ଅନ୍ୟପଟେ କଂଗ୍ରେସର ସ୍ଥିତି ଦୟନୀୟ ହୋଇପଡ଼ିଛି। କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ମାତ୍ର ୩୫୯୪ […]
ପଦ୍ମପୁର : ଗୁରୁବାର ଦିନ ପଦ୍ମପୁର ପରିବେଶ ହେଲା ଶଙ୍ଖଧ୍ୱନି ମୟ I ପଦ୍ମପୁର ଉପନିର୍ବାଚନର ବିଜେଡିର ହୋଇଛି ବୃହତ ବିଜୟ I ଦଳୀୟ ପ୍ରାର୍ଥିନୀ ବର୍ଷା ସିଂ ବରିହା ରେକର୍ଡ ସଂଖ୍ୟକ ୪୨,୬୭୯ ଭୋଟ୍ ବ୍ୟବଧାନରେ ନିକଟତମ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପରାସ୍ତ କରିଛନ୍ତି। ବର୍ଷା ୧,୨୦,୮୦୭ ଭୋଟ୍ ପାଇଥିବା ବେଳେ ପ୍ରଦୀପ ୭୮,୧୨୮ ଭୋଟ୍ରେ ସୀମିତ ରହିଛନ୍ତି। ଅନ୍ୟପଟେ କଂଗ୍ରେସର ସ୍ଥିତି ଦୟନୀୟ ହୋଇପଡ଼ିଛି। କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ମାତ୍ର ୩୫୯୪ ଭୋଟ୍ ପାଇବାରେ ସମର୍ଥ ହୋଇଛନ୍ତି। ନୋଟାରେ ରେକର୍ଡ ୨୦୮୭ ଭୋଟ୍ ପଡ଼ିଛି।
ଗୁରୁବାର ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା। ପ୍ରଥମେ ୩ଶହଟି ପୋଷ୍ଟାଲ୍ ବାଲଟ୍ ଗଣାଯାଇଥିଲା। ଏଥିରେ ବିଜେଡିକୁ ୧୩୫, ବିଜେପିକୁ ୯୪ ଏବଂ କଂଗ୍ରେସ ୧୩ଟି ଭୋଟ୍ ପାଇଥିଲା। ୪୮ଟି ଭୋଟ୍ ନାକଚ ହୋଇଥିଲା। ଏହାପରେ ଇଭିଏମ୍ ଦେଇଥିଲା ଫଳାଫଳ। ମୋଟ ୨୩ ରାଉଣ୍ଡ ଗଣତି ହୋଇଥିବା ବେଳେ ପ୍ରଥମ ରାଉଣ୍ଡରୁ ହିଁ ବିଜେଡି ଆଗୁଆ ରହିଥିଲା। ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପ୍ରଦୀପ ପୁରୋହିତଙ୍କ ଠାରୁ ୧୭୧୨ ଖଣ୍ଡ ଭୋଟରେ ଆଗୁଆ ରହିଥିଲେ। ପ୍ରଥମ ରାଉଣ୍ଡର ଏହି ସ୍ଥିତି ପରବର୍ତ୍ତୀ ରାଉଣ୍ଡ ଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳିଥିଲା। ୫ମ ରାଉଣ୍ଡ ଗଣତି ଶେଷ ବେଳକୁ ପ୍ରଦୀପ ପୁରୋହିତଙ୍କ ଠାରୁ ବର୍ଷା ୮ ହଜାରରୁ ଅଧିକ ଭୋଟ୍ରେ ଆଗରେ ରହିଥିଲେ। ଏଣୁ ବିଜେପି ଆଉ ଜିତିବାର ଆଶା ନାହିଁ ବୋଲି ଆକଳନ କରାଯାଇଥିଲା, ଯାହା ସତ ହୋଇଥିଲା। ଅନ୍ୟପକ୍ଷରେ ସେତେବେଳକୁ ବିଜେଡିର ସେଲିବ୍ରେସନ ବି ଆରମ୍ଭ ହୋଇଯାଇଥିଲା। କ୍ରମଶଃ ଭୋଟ୍ ବ୍ୟବଧାନ ବଢ଼ି ଚାଲିଥିଲା। ୧୦ମ ରାଉଣ୍ଡ ଶେଷ ବେଳକୁ ବିଜେଡି ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କ ଠାରୁ ୧୯, ୪୨୫ ଖଣ୍ଡ ଭୋଟ୍ରେ ଆଗୁଆ ରହିଥିଲେ। ଏହା ପରେ ଆହୁରି ୧୩ ରାଉଣ୍ଡ ଗଣତି ଥିବାରୁ ବିଜେପି ପ୍ରାର୍ଥୀ ୪୦ ହଜାରରୁ ଅଧିକ ଭୋଟ୍ରେ ହାରିବେ ବୋଲି ରାଜନୀତିକ ସମୀକ୍ଷକମାନେ ଆକଳନ କରିଥିଲେ। ଆଉ ତାହା ଘଟିଲା ମଧ୍ୟ।
ଏହି ଫଳାଫଳ ବି ଶାସକ ବିଜେଡିକୁ ଉତ୍ସାହିତ କରିଛି। ଗତ ନିର୍ବାଚନ ତୁଳନାରେ ଦଳ କେବଳ ଅଧିକ ଭୋଟ୍ ପାଇନାହିଁ, ପ୍ରଥମଥର ପାଇଁ ଜଣେ ପ୍ରାର୍ଥୀ ୧ଲକ୍ଷରୁ ଉର୍ଦ୍ଧ୍ବ ଭୋଟ୍ ହାସଲ କରିଛନ୍ତି। ଦ୍ବିତୀୟ ସ୍ଥାନରେ ଥିବା ବିଜେପି ପୂର୍ବଭଳି ନିଜର ପକେଟ୍ ଭୋଟ୍କୁ ବଜାୟ ରଖିବାରେ ସକ୍ଷମ ହୋଇଛି। ୨୦୧୯ ବିଧାନସଭା ନିର୍ବାଚନକୁ ଦେଖିଲେ ବିଜେପିର ଭୋଟ୍ ଖସି ନାହିଁ। ଦଳ ତା’ର ଭୋଟ୍ ପାଇଛି। ଗତ ବିଧାନସଭା ନିର୍ବାଚନରେ ପ୍ରଦୀପ ପୁରୋହିତ ୭୭,୫୬୫ ଖଣ୍ଡ ପାଇଥିଲେ। ଏଥର ସେ ୭୮,୧୨୮ଖଣ୍ଡ ଭୋଟ୍ ପାଇଛନ୍ତି। ଅର୍ଥାତ୍ ସେ ଏଥର ୫୬୩ ଖଣ୍ଡ ଅଧିକ ଭୋଟ୍ ପାଇଛନ୍ତି। କିନ୍ତୁ ତାହା ତାଙ୍କୁ ବିଜୟୀ କରାଇପାରି ନାହିଁ।। ତେବେ ସର୍ବାଧିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି କଂଗ୍ରେସ। ପୂର୍ବରୁ କଂଗ୍ରେସ ଏଠାରେ ୩୦ରୁ ୩୩ହଜାର ଯାଏଁ ନିଜ ପକେଟ୍ ଭୋଟ୍ ପାଇ ଆସୁଥିଲା। କିନ୍ତୁ କଂଗ୍ରେସର ୯୦ ପ୍ରତିଶତ ପକେଟ୍ ଭୋଟ୍ ବିଜେଡି ଖାତାକୁ ଯେ ଚାଲିଯାଇଛି, ପରିସଂଖ୍ୟାନରୁ ସ୍ପଷ୍ଟ ହୋଇଛି। ଏଭଳି ଦୟନୀୟ ସ୍ଥିତି ସହ କଂଗ୍ରେସ ନିଜ ଅମାନତ ବି ହରାଇଛି।
ବିଜୟୀ ପ୍ରାର୍ଥିନୀ ବର୍ଷା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦଳୀୟ ନେତା, କର୍ମୀ ଓ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ବିଜୟ ସହିତ ପଦ୍ମପୁର ପ୍ରଥମଥର ପାଇଁ ଜଣେ ମହିଳାଙ୍କୁ ବିଧାୟିକା ଭାବେ ପାଇଛି।




