ନୌସେନା ରେ ଯୋଡି ହେଲା ଆଉ ୩ ଯୁଦ୍ଧ ଜାହାଜ
ନୂଆଦିଲ୍ଲୀ : ଭାରତୀୟ ନୌସେନାରେ ଯୋଡି ହେଲା ୩ ଯୁଦ୍ଧ ଜାହାଜ। ଆଇଏନଏସ୍ ସୁରତ, ଆଇଏନଏସ୍ ନୀଳଗିରି ଏବଂ ଆଇଏନଏସ୍ ବାଘଶୀର ସାମିଲ ହୋଇଛି । ଆଜି ୩ ବିଧ୍ୱଂସକ ଯୁଦ୍ଧପୋତକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମୁମ୍ବାଇ ନାଭାଲ୍ ଡକୟାର୍ଡରେ ପ୍ରଧାନମନ୍ତ୍ରୀ ସମର୍ପିତ କରିଛନ୍ତି। ଆଜି ନୌସେନା ପାଇଁ ଏକ ଐତିହାସିକ ଦିନ ବୋଲି କହିଛନ୍ତି ପିଏମ୍ ମୋଦୀ। ଦେଶ ପାଇଁ ନିଜ ଜୀବନକୁ ସମର୍ପି ଦେଇଥିବା ଯବାନ ମାନଙ୍କୁ ନମସ୍କାର […]
ନୂଆଦିଲ୍ଲୀ : ଭାରତୀୟ ନୌସେନାରେ ଯୋଡି ହେଲା ୩ ଯୁଦ୍ଧ ଜାହାଜ। ଆଇଏନଏସ୍ ସୁରତ, ଆଇଏନଏସ୍ ନୀଳଗିରି ଏବଂ ଆଇଏନଏସ୍ ବାଘଶୀର ସାମିଲ ହୋଇଛି । ଆଜି ୩ ବିଧ୍ୱଂସକ ଯୁଦ୍ଧପୋତକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମୁମ୍ବାଇ ନାଭାଲ୍ ଡକୟାର୍ଡରେ ପ୍ରଧାନମନ୍ତ୍ରୀ ସମର୍ପିତ କରିଛନ୍ତି। ଆଜି ନୌସେନା ପାଇଁ ଏକ ଐତିହାସିକ ଦିନ ବୋଲି କହିଛନ୍ତି ପିଏମ୍ ମୋଦୀ। ଦେଶ ପାଇଁ ନିଜ ଜୀବନକୁ ସମର୍ପି ଦେଇଥିବା ଯବାନ ମାନଙ୍କୁ ନମସ୍କାର ଜଣାଇଛନ୍ତି। ସେନା ବାହିନୀର ବୀର ଯବାନ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ନୌସେନାର ଏକ ଗୌରବମୟ ଇତିହାସ ରହିଛି । ଏହି ତିନୋଟି ଯୁଦ୍ଧଜାହାଜ ଭାରତରେ ନିର୍ମିତ, ଯାହା ସୁରକ୍ଷାକୁ ନୂତନ ଶକ୍ତି ଦେବ। ଏହା ସମଗ୍ର ଅଞ୍ଚଳକୁ ଆତଙ୍କବାଦ ଏବଂ ଡ୍ରଗ୍ସ ଚୋରାଚାଲାଣରୁ ରକ୍ଷା କରିବ।” ପ୍ରଧାନମନ୍ତ୍ରୀ କହିଥିଲେ, “ନୌସେନାକୁ ନୂତନ ଶକ୍ତି ମିଳିଛି। ୩ ଯୁଦ୍ଧ ଜାହାଜ ମେଡ୍ ଇନ୍ ଇଣ୍ଡିଆ , ଏହା ଅତି ଗୌରବର କଥା। ଯବାନ, ଶ୍ରମିକ ଓ କର୍ମଚାରୀଙ୍କ ପରିଶ୍ରମ ପାଇଁ ଏହି ସଫଳତା ମିଳିଛି। ବିଶ୍ଵ ଆମ ପରିବାର , ଆଉ ପରିବାରର ସୁରକ୍ଷା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଭାରତ ଏବେ ସାମୁଦ୍ରିକ , ସାମରିକ ଓ ଆର୍ଥିକ କ୍ଷେତ୍ରରେ ମଜବୁତ ହେଉଛି। ମେକ୍ ଇନ୍ ଇଣ୍ଡିଆ ସେନା ଯବାନଙ୍କ ବଳ ବଢାଉଛି। ଜଳ, ସ୍ଥଳ, ଆକାଶ, ଗଭୀର ସମୁଦ୍ର , ଅନ୍ତରୀକ୍ଷରେ ଭାରତ ନିଜକୁ ସୁରକ୍ଷିତ କରୁଛି। ୩ ସେନା ବ୍ୟତୀତ ଅନ୍ୟ ସେକ୍ଟରରେ ମଧ୍ୟ ଆମେ ଆଗକୁ ବଢୁଛୁ। ମେକ୍ ଇନ୍ ଇଣ୍ଡିଆ ପାଇଁ ଭାରତ ଅର୍ଥନୈତିକ ସ୍ଥିତି ସୁଦୃଢ ହେଉଛି। ଆମରି ଲୋକ ଭାରତରେ କାମ ପାଇଁ ରୋଜଗାରକ୍ଷମ ହେଉଛନ୍ତି। ଭାରତର ଏବେ ୩ୟ ଅର୍ଥନୀତି ଦେଶ ଆଡକୁ ଗତି କରୁଛି। ଗଭୀର ସମୁଦ୍ରରେ ବଡ ବଡ ପାହାଡର ନାମକରଣ କରିଛି ଭାରତ। ଯେଉଁ ଦ୍ଵୀପରେ ଲୋକ ଯିବାକୁ ଡରନ୍ତି , ଭାରତ ତାକୁ ମନିଟରିଂ କରୁଛି।




