ନୂଆବର୍ଷ ପୂର୍ବରୁ କରୋନା ମୁକାବିଲା ପ୍ରସ୍ତୁତି
ନୂଆଦିଲ୍ଲୀ:ଦେଶରେ ଏବେ କରୋନା ଡର । ନୂଆବର୍ଷ ଓ ବଡ଼ ଦିନ ପୂର୍ବରୁ ପାଇଁ ନୂଆ ଗାଇଡଲାଇନ ଆସିବ ।କିଛି ଦିନର ନିରବତା ପରେ ଏବେ ପୁଣି ଥରେ ଡରାଇବା ଆରମ୍ଭ କରିଛି କରୋନା । ଏହାରି ଭିତରେ ଆଗକୁ ଆସୁଛି ନୂଆ ବର୍ଷ । କରୋନାକୁ ରୋକିବା ପାଇଁ ସମୀକ୍ଷା ଆରମ୍ଭ ହୋଇଯାଇଥିବାବେଳେ ସାମାଜିକ ଦୂରତା, ଟିକାକରଣ ଓ ମାସ୍କ ପରିଧାନକୁ ଗୁରୁତ୍ୱ ଦିଆଯାଉଛି । ଡିସେମ୍ବର ୨୫ ଠାରୁ ବିଭିନ୍ନ ସ୍ଥାନରେ ଛୁଟି ରହୁଥିବାରୁ […]
ନୂଆଦିଲ୍ଲୀ:ଦେଶରେ ଏବେ କରୋନା ଡର । ନୂଆବର୍ଷ ଓ ବଡ଼ ଦିନ ପୂର୍ବରୁ ପାଇଁ ନୂଆ ଗାଇଡଲାଇନ ଆସିବ ।କିଛି ଦିନର ନିରବତା ପରେ ଏବେ ପୁଣି ଥରେ ଡରାଇବା ଆରମ୍ଭ କରିଛି କରୋନା । ଏହାରି ଭିତରେ ଆଗକୁ ଆସୁଛି ନୂଆ ବର୍ଷ । କରୋନାକୁ ରୋକିବା ପାଇଁ ସମୀକ୍ଷା ଆରମ୍ଭ ହୋଇଯାଇଥିବାବେଳେ ସାମାଜିକ ଦୂରତା, ଟିକାକରଣ ଓ ମାସ୍କ ପରିଧାନକୁ ଗୁରୁତ୍ୱ ଦିଆଯାଉଛି । ଡିସେମ୍ବର ୨୫ ଠାରୁ ବିଭିନ୍ନ ସ୍ଥାନରେ ଛୁଟି ରହୁଥିବାରୁ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ପ୍ରବଳ ଗହଳି ହେବାର ସମ୍ଭାବନା ରହିଛି । ଜନ ଗହଳିକୁ ଦୃଷ୍ଟିରେ ରଖି କୋଭିଡ ସ୍ଥିତି ସମୀକ୍ଷା କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂଆ ଗାଇଡଲାଇନ ଜାରି କରିବ । ଆଜି ଭିସି ମାଧ୍ୟମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟମାନଙ୍କର ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ । ଏବେ ବିଭିନ୍ନ ରାଜ୍ୟରେ କରୋନା ସ୍ଥିତି କଣ ଅଛି, ତାହା ବୁଝିବେ । ଏହା ସହ କରୋନା ମୁକାବିଲା ପାଇଁ କଣ ପଦକ୍ଷେପ ନିଆଯାଇପାରିବ ସେନେଇ ଆଲୋଚନା ହେବ । ଗତକାଲି କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାର ବୈଠକ କରିଥିଲେ । ସୁରକ୍ଷା ଓ ସଂକ୍ରମଣ ଜନିତ ବିପଦକୁ ଏଡ଼ାଇବା ପାଇଁ ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ ଅପିଲ କରିଥିଲେ ପ୍ରଧାନମନ୍ତ୍ରୀ । ଅନ୍ୟପଟେ ବିମାନ ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ମଧ୍ୟ ଅଣାଯାଇଛି ।
ସେହିପରି କେନ୍ଦ୍ର ସରକାରଙ୍କ ପରାମର୍ଶ ଓ ଗାଇଡଲାଇନ୍ ଅନୁସାରେ ରାଜ୍ୟ ସରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତା ୨୭ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ କ୍ୟାପିଟାଲ ହସ୍ପିଟାଲ, ରାଉରକେଲା ସରକାରୀ ହସ୍ପିଟାଲ, ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ କୋଭିଡ୍ ପରିଚାଳନା ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତି ଥିବାର ଏକକାଳୀନ ସମାନ ଧରଣର ମକ୍ ଡ୍ରିଲ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଆଜି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଏକ ବୈଠକ ବସି ରାଜ୍ୟରେ କୋଭିଡ୍ ପରିସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ଏହି ମକ୍ ଡ୍ରିଲ୍ ସମୟରେ ହସ୍ପିଟାଲଗୁଡ଼ିକ ନିର୍ଦ୍ଦିଷ୍ଟ ଭାବେ ଅକ୍ସିଜେନ୍ ପ୍ଲାଂଟ୍ , ଭେଣ୍ଟିଲେଟର , ମାନବ ସମ୍ବଳ ଓ ଲଜିଷ୍ଟିକ ଆଦି ଉପରେ ଗୁରୁତ୍ୱ ଦେବେ । ହସ୍ପିଟାଲଗୁଡ଼ିକ କେଉଁଭଳି ପ୍ରସ୍ତୁତି କରିବେ ସେ ନେଇ ଭାରତ ସରକାରଙ୍କ କୋଭିଡ୍ ଇଣ୍ଡିଆ ପୋର୍ଟାଲରେ ୨୪ ତାରିଖ ସୁଦ୍ଧା ରାଜ୍ୟର ହସ୍ପିଟାଲଗୁଡ଼ିକରେ କୋଭିଡ୍ ମୁକାବିଲା ସ୍ଥିତି ଓ ଭିତ୍ତିଭୂମି ତଥ୍ୟ ସଂକ୍ରାନ୍ତରେ ଜାଣିବା ନିମନ୍ତେ ଏକ ଫର୍ମ ଉପଲବ୍ଧ ହେବ । ଯାହାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଅବା ମେଡିକାଲର ପ୍ରଶାସନିକ ଅଫିସର ୨୭ ତାରିଖ ସନ୍ଧ୍ୟା ସୁଦ୍ଧା ପୂରଣ କରି ନିଶ୍ଚିତ ଭାବେ ଅପଲୋଡ୍ କରିବେ।




