ନୂଆପଡ଼ା ଉପନିର୍ବାଚନ,ଘାସିରାମ ମାଝୀ ହେବେ କଂଗ୍ରେସ ପ୍ରାର୍ଥୀ
ନୂଆପଡା : ନୂଆପଡ଼ାରେ ଉପନିର୍ବାଚନ ହେବାକୁ ଯାଉଛି । ଏହାରି ମଧ୍ୟରେ ନୂଆପଡ଼ା ପାଇଁ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଇସାରା ଦେଇଛନ୍ତି । ସେ କହିଛନ୍ତି ନୂଆପଡ଼ା ଉପ-ନିର୍ବାଚନରେ ଘାସିରାମ ମାଝୀ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇପାରନ୍ତି । ଗତ ନିର୍ବାଚନରେ ଘାସିରାମଙ୍କୁ ଟିକେଟ୍ ଦିଆଯାଇନଥିଲା । ହେଲେ ଏବେ କିନ୍ତୁ ସର୍ବକ୍ଷମା ପରେ ସେ ଜିଲ୍ଲା କଂଗ୍ରେସ ସଂଯୋଜକ ଅଛନ୍ତି । ଗତ ନିର୍ବାଚନରେ ଘାସିରାମ ୫୧ […]
ନୂଆପଡା : ନୂଆପଡ଼ାରେ ଉପନିର୍ବାଚନ ହେବାକୁ ଯାଉଛି । ଏହାରି ମଧ୍ୟରେ ନୂଆପଡ଼ା ପାଇଁ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଇସାରା ଦେଇଛନ୍ତି । ସେ କହିଛନ୍ତି ନୂଆପଡ଼ା ଉପ-ନିର୍ବାଚନରେ ଘାସିରାମ ମାଝୀ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇପାରନ୍ତି । ଗତ ନିର୍ବାଚନରେ ଘାସିରାମଙ୍କୁ ଟିକେଟ୍ ଦିଆଯାଇନଥିଲା । ହେଲେ ଏବେ କିନ୍ତୁ ସର୍ବକ୍ଷମା ପରେ ସେ ଜିଲ୍ଲା କଂଗ୍ରେସ ସଂଯୋଜକ ଅଛନ୍ତି । ଗତ ନିର୍ବାଚନରେ ଘାସିରାମ ୫୧ ହଜାର ଭୋଟ୍ ପାଇଥିବାବେଳେ, କଂଗ୍ରେସ ପ୍ରାର୍ଥୀ ୧୫ ହଜାର ଭୋଟ୍ ପାଇଥିଲେ ଆମର ପ୍ରାର୍ଥୀ ଚୟନ ଦଳର ହାଇକମାଣ୍ଡ କରିବେ । ଯେଉଁମାନେ ଭୟଭୀତ ସେମାନେ ଏବେଠୁ ମାର୍କେଟିଂ ଆରମ୍ଭ କରିଦେଲେଣି ।
ସୂଚନା ଯୋଗ୍ୟ,ଗତ ସାଧାରଣ ନିର୍ବାଚନରେ ନୂଆପଡ଼ାରୁ ସେତେବେଳର ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ । ଯାହାଫଳରେ କଂଗ୍ରେସ ଟିକେଟ୍ ଆଶାୟୀ ଘାସିରାମ ମାଝୀଙ୍କର ଟିକେଟ୍ କଟିଥିଲା । ହେଲେ ତା ପରେ ବି ସେ ସ୍ୱାଧୀନ ଭାବେ ଠିଆ ହୋଇ ୫୧ ହଜାର ଭୋଟ୍ ପାଇଥିଲେ ଏବଂ ଶରତ ପଟ୍ଟନାୟକ ୧୫ ହଜାର ଭୋଟ୍ ପାଇଥିଲେ।




