ନୀତି ଆୟୋଗ ବୈଠକରେ ପୋଲାଭରମ ଓ ସ୍ଵତନ୍ତ୍ର ପ୍ୟାକେଜ ମାଗନ୍ତୁ ମୁଖ୍ୟମନ୍ତ୍ରୀ : ତାରା
ଭୁବନେଶ୍ୱର: ଶନିବାରଠାରୁ ନୂଆଦିଲ୍ଲୀ ଠାରେ ଆରମ୍ଭ ହୋଇଛି ନୀତି ଆୟୋଗ ବୈଠକ । ବୈଠକରେ ଯୋଗ ଦେବାକୁ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ I ଏନେଇ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀ ପତି । ସେ କହିଛନ୍ତି ଯେ, ଓଡିଶାରୁ ବିଜେପିର ୨୦ ଜଣ ସାଂସଦ ଯାଇଛନ୍ତି । ତେଣୁ ପ୍ରଥମେ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ପୋଲାଭରମ ଓ ସ୍ଵତନ୍ତ୍ର ପ୍ୟାକେଜ ମାଗନ୍ତୁ […]
ଭୁବନେଶ୍ୱର: ଶନିବାରଠାରୁ ନୂଆଦିଲ୍ଲୀ ଠାରେ ଆରମ୍ଭ ହୋଇଛି ନୀତି ଆୟୋଗ ବୈଠକ । ବୈଠକରେ ଯୋଗ ଦେବାକୁ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ I ଏନେଇ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀ ପତି । ସେ କହିଛନ୍ତି ଯେ, ଓଡିଶାରୁ ବିଜେପିର ୨୦ ଜଣ ସାଂସଦ ଯାଇଛନ୍ତି । ତେଣୁ ପ୍ରଥମେ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ପୋଲାଭରମ ଓ ସ୍ଵତନ୍ତ୍ର ପ୍ୟାକେଜ ମାଗନ୍ତୁ । ୫୦ ହଜାର କୋଟି ଓଡିଶାକୁ ଦେବାକୁ ଦାବି କରନ୍ତୁ। କେବିକେ ସମେତ ବିଜେପି ସରକାର ୮ଟି ଯୋଜନା କାଟିଛନ୍ତି। ତାହାକୁ ଦେବାକୁ ଦାବି କରିଛନ୍ତି ତାରା ବାହିନୀପତିି।
ପୋଲାଭରମ ପାଇଁ ବର୍ତ୍ତମାନ ସରକାର କ’ଣ କରୁଛି ବୋଲି ପ୍ରଶ୍ନ କରିଛନ୍ତି ତାରା । ପୋଲାଭରମ ସମସ୍ୟାରେ ମୋଟୁ ପଡିଆ, ଆଦିବାସୀ ଅଞ୍ଚଳ ଜମି ବୁଡିବନି ଘର ବୁଡିବନି ବିଜେପି ପ୍ରତିଶୃତି ଦେଇକି ଜିତିଛି । ବର୍ତ୍ତମାନ ତ୍ରିପଲ ଇଞ୍ଜିନ ସରକାର । ଓଡ଼ିଶାର ମୁଖ୍ୟମନ୍ତ୍ରୀ ହସ୍ତକ୍ଷପ କରନ୍ତୁ, ପ୍ରଧାନମନ୍ତ୍ରୀ ସହ ଆଲୋଚନା କରନ୍ତୁ । ହକ ହଉଛି ମାଲକାନଗିରି ଜିଲ୍ଲାର ଆଦିବାସୀଙ୍କ ସମସ୍ୟା । ସବୁ ପରିବେଶ ନଷ୍ଟ ହେଇଯିବ । ରାଜ ରାସ୍ତାକୁ କଂଗ୍ରେସ ଓଲ୍ହାଇବା ପୂର୍ବରୁ ସରକାର ନିଷ୍ପତି ନିଅନ୍ତୁ ବୋଲି ତାରା ବାହିନୀ ପତି କହିଛନ୍ତି ।




