ନିଶା ଦେଇ ବସ କର୍ମଚାରୀଙ୍କୁ ଲୁଟ

ଢେଙ୍କାନାଳ : ପାନୀୟରେ ନିଶା ଦେଇ ବସ ଡ୍ରାଇଭର,କଣ୍ଡକ୍ଟର ଏବଂ ହେଲପରଙ୍କୁ ଲୁଟ I ବସଟି ଯାଜପୁରରୁ ଭୁବନ ଯାଉଥିବାବେଳେ ଏହି ଘଟଣା ଘଟିଥିଲା I ଢେଙ୍କାନାଳ ଜିଲ୍ଲା ଭୁବନ କଲେଜ ରୋଡ୍ ରେ ଥିବା ନୀଳମାଧବ ପେ​‌ଟ୍ରୋଲ ପମ୍ପ ପାଖରେ ଏହି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଘଟନାନୁସାରେ, ଦାସ ଆଣ୍ଡ ଦାସ ନାମକ ବସ୍ ଟି ଯାଜପୁରରୁ ଭୁବନ ଯାଉଥିଲା। ଏହା ପ୍ରଥମେ ଯାତ୍ରୀ ମାନଙ୍କୁ ଭୁବନରେ ଓହ୍ଲାଇବା ପରେ ସେଠାରେ ୪ରୁ ୫ […]

Samaya Live Picture
Published On

ଢେଙ୍କାନାଳ : ପାନୀୟରେ ନିଶା ଦେଇ ବସ ଡ୍ରାଇଭର,କଣ୍ଡକ୍ଟର ଏବଂ ହେଲପରଙ୍କୁ ଲୁଟ I ବସଟି ଯାଜପୁରରୁ ଭୁବନ ଯାଉଥିବାବେଳେ ଏହି ଘଟଣା ଘଟିଥିଲା I ଢେଙ୍କାନାଳ ଜିଲ୍ଲା ଭୁବନ କଲେଜ ରୋଡ୍ ରେ ଥିବା ନୀଳମାଧବ ପେ​‌ଟ୍ରୋଲ ପମ୍ପ ପାଖରେ ଏହି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ଘଟନାନୁସାରେ, ଦାସ ଆଣ୍ଡ ଦାସ ନାମକ ବସ୍ ଟି ଯାଜପୁରରୁ ଭୁବନ ଯାଉଥିଲା। ଏହା ପ୍ରଥମେ ଯାତ୍ରୀ ମାନଙ୍କୁ ଭୁବନରେ ଓହ୍ଲାଇବା ପରେ ସେଠାରେ ୪ରୁ ୫ ଜଣ ଦୁର୍ବୁତ୍ତ ଚଢିଥିଲେ। ତାଙ୍କର ୩୦ ଜଣ ଶ୍ରମିକ ଯାଜପୁର ଯିବେ କହି ୧୫ ଶହ ଟଙ୍କା ଆଡଭାନ୍ସ ଦେଇଥିଲେ। ପରେ ସିଗାରେଟ୍ ପିଆଇ ନିଶାଦ୍ରବ୍ୟ ମିଶା କୋଲ୍ଡଡ୍ରିଙ୍କ୍ସ ପିଆଇଥିବା ଅଭିଯୋଗ ହୋଇଛି। ଭୁବନର ଜଣେ ବ୍ୟବସାୟୀ ମୋବିଲ କିଣା ବାବଦକୁ ବସ୍ କର୍ମଚାରୀଙ୍କ ହାତରେ ୯୦ ହଜାର ଟଙ୍କା ଯାଜପୁରର ଜଣେ ଡିଲରଙ୍କ ପାଖକୁ ପଠାଇଥିଲେ। କିନ୍ତୁ ନିଶା ଖାଇ କର୍ମଚାରୀମାନେ ବେହୋସ ହେବାପରେ ଦୁର୍ବୁତ୍ତମାନେ ସେହି ଟଙ୍କାକୁ ନେଇ ଚମ୍ପଟ ମାରିଛନ୍ତି। ସ୍ଥାନୀୟ ଲୋକ ଡ୍ରାଇଭର, ହେଲପର ଓ କଣ୍ତକ୍ଟରଙ୍କୁ ଗୁରୁତର ଅବସ୍ଥାରେ ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ। ଏବେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି। ସେପଟେ ଏହି ଘଟଣାକୁ ନେଇ ବସ୍ ମାଲିକ ଭୁବନ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ କରୁଛି ପୁଲିସ୍। ଏଭଳି ଘଟଣା ଚନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି I

Tags: