ନିଶା କାରବାର ନେଇ ୮ ଟି ଦୋକାନରେ ଚଢ଼ାଉ
ଭୁବନେଶ୍ୱର : ନିଶା କାରବାର ଅଭିଯୋଗରେ ଆକ୍ସନ ମୁଡ଼ରେ କମିଶନରେଟ ପୋଲିସ । ରାଜଧାନୀରେ ବଢୁଥିବା ଅପରାଧ ଏବଂ ଅପରାଧୀଙ୍କ ମୂଳପୋଛ କରିବା ପାଇଁ ଅଣ୍ଟା ଭିଡ଼ିଛି ପୋଲିସ । ନିଶା ମାଫିଆଙ୍କ ଉପରେ ସ୍ପେସାଲ କ୍ରାଇମ ୟୁନିଟ ଓ ଇନଫୋସିଟି ଥାନା ପୋଲିସର ମିଳିତ ଚଡାଉ । ସ୍ପେସାଲ କ୍ରାଇମ ୟୁନିଟ ADCP ଅନୁପ କାନୁନଗୋଙ୍କ ନେତୃତ୍ୱ ରେ ଚଢ଼ାଉ ଆରମ୍ଭ ହୋଇଛି । ପଟିଆ ଅଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନ ନିକଟରେ ଥିବା ସମସ୍ତ ଛୋଟଛୋଟ […]
ଭୁବନେଶ୍ୱର : ନିଶା କାରବାର ଅଭିଯୋଗରେ ଆକ୍ସନ ମୁଡ଼ରେ କମିଶନରେଟ ପୋଲିସ । ରାଜଧାନୀରେ ବଢୁଥିବା ଅପରାଧ ଏବଂ ଅପରାଧୀଙ୍କ ମୂଳପୋଛ କରିବା ପାଇଁ ଅଣ୍ଟା ଭିଡ଼ିଛି ପୋଲିସ । ନିଶା ମାଫିଆଙ୍କ ଉପରେ ସ୍ପେସାଲ କ୍ରାଇମ ୟୁନିଟ ଓ ଇନଫୋସିଟି ଥାନା ପୋଲିସର ମିଳିତ ଚଡାଉ । ସ୍ପେସାଲ କ୍ରାଇମ ୟୁନିଟ ADCP ଅନୁପ କାନୁନଗୋଙ୍କ ନେତୃତ୍ୱ ରେ ଚଢ଼ାଉ ଆରମ୍ଭ ହୋଇଛି । ପଟିଆ ଅଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନ ନିକଟରେ ଥିବା ସମସ୍ତ ଛୋଟଛୋଟ ଦୋକାନରେ ଚଢାଉ କରାଯାଉଛି । କିଛି ପାନ ଦୋକାନରୁ ଗଞ୍ଜେଇ, ସିଗାରେଟ୍ ସହ ଅନ୍ୟାନ୍ୟ ନିଶା ଜିନିଷ ଜବତ ହୋଇଛି । ଏବେ ସୁଦ୍ଧା ୮ ଟି ଦୋକାନରେ ଚଢ଼ାଉ କରାଯାଇଛି ।




