ନିର୍ବାଚନ ପୂର୍ବରୁ ଓଡ଼ିଶାର ୨ ଏସପି ଓ ଜଣେ ଜିଲ୍ଲାପାଳଙ୍କୁ ବଦଳି ନିର୍ଦ୍ଦେଶ

ଭୁବନେଶ୍ୱର : ବଦଳିବେ ଢେଙ୍କାନାଳ ଜିଲ୍ଲାପାଳ ଓ ଦେବଗଡ ଏସପି । ଓଡ଼ିଶାର ୨ ଜଣ ଏସପି ଓ ଜଣେ ଜିଲ୍ଲାପାଳଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ I ସାଧାରଣ ନିର୍ବାଚନ ପୂର୍ବରୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ । କଟକ ଗ୍ରାମାଞ୍ଚଳ ଏସପିଙ୍କୁ ମଧ୍ୟ ବଦଳି ପାଇଁ ନିର୍ଦ୍ଦେଶ ହୋଇଛି । ଏଥିସହିତ ଗୁଜରାଟ, ପଞ୍ଜାବ ଏବଂ ପଶ୍ଚିମବଙ୍ଗର କିଛି ଜିଲାର ଜିଲାପାଳ ଏବଂ ଏସ୍‌ପିଙ୍କୁ ବଦଳି ନିର୍ଦ୍ଦେଶ […]

Samaya Live Picture
Published On

ଭୁବନେଶ୍ୱର : ବଦଳିବେ ଢେଙ୍କାନାଳ ଜିଲ୍ଲାପାଳ ଓ ଦେବଗଡ ଏସପି । ଓଡ଼ିଶାର ୨ ଜଣ ଏସପି ଓ ଜଣେ ଜିଲ୍ଲାପାଳଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ I ସାଧାରଣ ନିର୍ବାଚନ ପୂର୍ବରୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ । କଟକ ଗ୍ରାମାଞ୍ଚଳ ଏସପିଙ୍କୁ ମଧ୍ୟ ବଦଳି ପାଇଁ ନିର୍ଦ୍ଦେଶ ହୋଇଛି ।

ଏଥିସହିତ ଗୁଜରାଟ, ପଞ୍ଜାବ ଏବଂ ପଶ୍ଚିମବଙ୍ଗର କିଛି ଜିଲାର ଜିଲାପାଳ ଏବଂ ଏସ୍‌ପିଙ୍କୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି। ଗୁଜରାଟର ଛୋଟ ଉଦୟପୁର ଏବଂ ଅହମ୍ମଦାବାଦ ଏସ୍‌ପିଙ୍କୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି ଇସି। ସେହିପରି ପଞ୍ଜାବର ପଠାନକୋଟ, ଫଜିଲିକା, ଜଳନ୍ଧର ଏବଂ ମାଲେରକୋଟା ଏସ୍‌ଏସ୍‌ପିଙ୍କୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗର ପୂର୍ବମେଦିନପୁର, ଝରଗ୍ରାମ, ପୂର୍ବ ବର୍ଦ୍ଧମାନ ଏବଂ ବୀରଭୂମ ଜିଲାର ଜିଲାପାଳ ବଦଳି ହୋଇଛନ୍ତି।

ଏହାବ୍ୟତୀତ ନିର୍ବାଚିତ ରାଜନୈତିକ ପ୍ରତିନିଧିଙ୍କ ସହ ସେମାନଙ୍କର ସମ୍ପର୍କ କିମ୍ବା ପାରିବାରିକ ସମ୍ପର୍କକୁ ଦୃଷ୍ଟିରେ ରଖି ପଞ୍ଜାବର ଏସଏସପି ଭଟିଣ୍ଡା ଏବଂ ଆସାମର ଏସପି ସୋନିତପୁରଙ୍କୁ ବଦଳି କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

Tags: