ନିଯୁକ୍ତି ହେବେ ୨ ହଜାର ଟ୍ରାଫିକ ପୋଲିସ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି ଏକ ଉଚ୍ଚ ସ୍ତରୀୟ ବୈଠକ ଇ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ପୁଲିସ ବିଭାଗରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା ଇ ବିଶେଷକରି ତିନିଟି ପ୍ରମୁଖ ବ୍ୟବସ୍ଥା ସଡ଼କ ଦୁର୍ଘଟଣା , ସାଇବର ଅପରାଧ ଏବଂ ଗଞ୍ଜେଇ ଚାଷକୁ ରୋକିବା ଦିଗରେ ଆଲୋଚନା ହୋଇଥିଲା। ତେବେ ସଡ଼କ ସୁରକ୍ଷା କ୍ଷେତ୍ରରେ ଟ୍ରାଫିକ୍ ବ୍ୟବସ୍ଥାର ପ୍ରମୁଖ […]
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି ଏକ ଉଚ୍ଚ ସ୍ତରୀୟ ବୈଠକ ଇ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ପୁଲିସ ବିଭାଗରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା ଇ ବିଶେଷକରି ତିନିଟି ପ୍ରମୁଖ ବ୍ୟବସ୍ଥା ସଡ଼କ ଦୁର୍ଘଟଣା , ସାଇବର ଅପରାଧ ଏବଂ ଗଞ୍ଜେଇ ଚାଷକୁ ରୋକିବା ଦିଗରେ ଆଲୋଚନା ହୋଇଥିଲା। ତେବେ ସଡ଼କ ସୁରକ୍ଷା କ୍ଷେତ୍ରରେ ଟ୍ରାଫିକ୍ ବ୍ୟବସ୍ଥାର ପ୍ରମୁଖ ଭୂମିକା ରହିଛି। ଏହାର ପରିଚାଳନା ପାଇଁ ରାଜ୍ୟରେ ଏବେ ୨୧୯୮ ଜଣ ଟ୍ରାଫିକ ପୋଲିସ କାର୍ଯ୍ୟ କରୁଛନ୍ତି। ଚଳିତବର୍ଷ ଆଉ ୨ ହଜାର ନୂଆ ପଦବୀ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ସହ ପୋଲିସ ବିଭାଗରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା ହୋଇଛି। ଓଡ଼ିଶା ପୋଲିସ ପାଇଁ ତିନୋଟି ପ୍ରମୁଖ ଆହ୍ବାନ ଯଥା ସଡ଼କ ଦୁର୍ଘଟଣା ହ୍ରାସ କରିବା, ସାଇବର ଅପରାଧ ଏବଂ ଗଞ୍ଜେଇ ଚାଷକୁ ରୋକିବା ଦିଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ରାଜ୍ୟରେ ୨୦୨୪ରେ ୨୬୩୩ ସାଇବର ଅପରାଧ ମାମଲା ରୁଜୁ ହୋଇଥିବାବେଳେ ଏହା ନିୟନ୍ତ୍ରଣ ପାଇଁ ରାଜ୍ୟରେ ୧୪ଟି ସାଇବର ଥାନା ଅଛି। ସାଇବର ଠକେଇରେ ଲୋକମାନେ ଅଧିକ କ୍ଷତିଗ୍ରସ୍ତ ହେଉଥିବାରୁ ସମସ୍ତ ଜିଲାରେ ସାଇବର ଥାନା କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ସହରାଞ୍ଚଳରେ ରାତ୍ରିକାଳୀନ ପାଟ୍ରୋଲିଂ କଡ଼ାକଡ଼ି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇ ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୨୧୯୮ ଜଣ ଟ୍ରାଫିକ ପୁଲିସ କାର୍ଯ୍ୟରତ ଅଛନ୍ତି। ସଡ଼କ ସୁରକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ନେଉଥିବା ଟ୍ରାଫିକ୍ ବ୍ୟବସ୍ଥା ପାଇଁ ଚଳିତ ବର୍ଷ ଆଉ ଦୁଇ ହଜାର ନୂତନ ପଦବି ସୃଷ୍ଟି କରି ସେଗୁଡ଼ିକୁ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।




