ନର୍ସିଂ ଛାତ୍ରଙ୍କ ଆତ୍ମହତ୍ୟା,କାରଣ ଅସ୍ପଷ୍ଟ
ବାଲେଶ୍ୱର : ନର୍ସିଂ ଛାତ୍ରଙ୍କ ଆତ୍ମହତ୍ୟା । ଘରେ କେହି ନଥିବା ବେଳେ ଫ୍ୟାନରେ ବେଡସିଟ ବାନ୍ଧି ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ରୋୖମ୍ୟରଞ୍ଜନ ସାମଲ (୨୦ ବର୍ଷ )। ମୃତକଙ୍କ ବାପା ମୃତ୍ୟୁଞ୍ଜୟ ସାମଲ ବାଲେଶ୍ୱର ମୁଖ୍ୟ ହସ୍ପିଟାଲର ଜଣେ କର୍ମଚାରୀ ହୋଇଥିବାବେଳେ ପୁଅ ମଧ୍ୟ ସେଠାରେ ରହୁଥିଲା ଏବଂ ସେ ଏକ ଘରୋଇ ନର୍ସିଂ କଲେଜରେ ବିଏସସି ନର୍ସିଂ ପଢୁଥିଲେ । ତେବେ ଗତକାଲି ରାତିରେ ରୋୖମ୍ୟଙ୍କର ସର୍ଜରୀ ଓଟିରେ ପ୍ରାକ୍ଟିକାଲ ଡ୍ୟୁଟି ଥିବା […]
ବାଲେଶ୍ୱର : ନର୍ସିଂ ଛାତ୍ରଙ୍କ ଆତ୍ମହତ୍ୟା । ଘରେ କେହି ନଥିବା ବେଳେ ଫ୍ୟାନରେ ବେଡସିଟ ବାନ୍ଧି ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ରୋୖମ୍ୟରଞ୍ଜନ ସାମଲ (୨୦ ବର୍ଷ )। ମୃତକଙ୍କ ବାପା ମୃତ୍ୟୁଞ୍ଜୟ ସାମଲ ବାଲେଶ୍ୱର ମୁଖ୍ୟ ହସ୍ପିଟାଲର ଜଣେ କର୍ମଚାରୀ ହୋଇଥିବାବେଳେ ପୁଅ ମଧ୍ୟ ସେଠାରେ ରହୁଥିଲା ଏବଂ ସେ ଏକ ଘରୋଇ ନର୍ସିଂ କଲେଜରେ ବିଏସସି ନର୍ସିଂ ପଢୁଥିଲେ । ତେବେ ଗତକାଲି ରାତିରେ ରୋୖମ୍ୟଙ୍କର ସର୍ଜରୀ ଓଟିରେ ପ୍ରାକ୍ଟିକାଲ ଡ୍ୟୁଟି ଥିବା ବେଳେ ଏହା ପୂର୍ବରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ଅନଲାଇନ ଗେମ ପାଇଁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।
ସୂଚନାନୁସାରେ,ଗତକାଲି ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡର ଡ୍ରେସିଂ ରୁମରେ ରୋୖମ୍ୟଙ୍କୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ କର୍ମଚାରୀ । ପରେ ତାଙ୍କୁ ମେଡିକାଲ କର୍ମଚାରୀ ମାନେ ଫ୍ୟାନରୁ ତଳକୁ ଓହ୍ଲାଇଥିଲେ । ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଏକ ମାତ୍ର ପୁଅକୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି । ରୋୖମ୍ୟଙ୍କର ମୃତଦେହ ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ମୁଖ୍ୟ ହସ୍ପିଟାଲରେ ରଖାଯାଇଛି । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।




