ନବୀନଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର : ନବୀନଙ୍କ ସହ କଥାହେଲେ ମୋଦି । ଫୋନରେ କଥାହୋଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ କିଛି ଦିନ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ସୁସ୍ଥ ହେବା ପରେ ଦିଲ୍ଲୀରେ ସାକ୍ଷାତ ହେବ କହିଛନ୍ତି ମୋଦି । ସୂଚନାନୁସାରେ, ଗତ ରବିବାର ସନ୍ଧ୍ୟାରେ ଡି-ହାଇଡ୍ରେସନ ଯୋଗୁଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି […]

ନବୀନଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି
Samaya Live Picture
Published On

ଭୁବନେଶ୍ୱର : ନବୀନଙ୍କ ସହ କଥାହେଲେ ମୋଦି । ଫୋନରେ କଥାହୋଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ କିଛି ଦିନ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ସୁସ୍ଥ ହେବା ପରେ ଦିଲ୍ଲୀରେ ସାକ୍ଷାତ ହେବ କହିଛନ୍ତି ମୋଦି ।

ସୂଚନାନୁସାରେ, ଗତ ରବିବାର ସନ୍ଧ୍ୟାରେ ଡି-ହାଇଡ୍ରେସନ ଯୋଗୁଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ନବୀନ ପଟ୍ଟନାୟକ । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଶରୀରରେ ଜଳୀୟ ଅଂଶ କମିଯିବାରୁ ନବୀନଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିଲା । ତାଙ୍କ ଅସୁସ୍ଥତା ଖବର ପାଇ ବହୁ ରାଜନୈତିକ ନେତା ଓ ରାଜ୍ୟବାସୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ତେବେ ବର୍ତ୍ତମାନ ନବୀନ ସୁସ୍ଥ ଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ଦିଆଯାଇଛି ।

Tags: