ନନ୍ଦନକାନନରେ ୪ ନୂଆ ଓଟପକ୍ଷୀ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୪ ନୂଆ ଓଟପକ୍ଷୀ I ଏମାନଙ୍କ ମଧ୍ୟରୁ ଗୋଟିଏ ଅଣ୍ଡିରା ଓ ତିନୋଟି ମାଇ ଓଟପକ୍ଷୀ ରହିଛନ୍ତି । ହାଇଦ୍ରାବାଦ ଚିଡିଆଖାନାରୁ ଏହି ୪ଟି ଓଟପକ୍ଷୀଙ୍କୁ ଅଣାଯାଇଛି I ଏମାନଙ୍କୁ ପ୍ରାଣୀ ଉଦ୍ୟାନର ୭୧ ନଂ ଖୁଆଡ଼ରେ ପୂର୍ବରୁ ଥିବା ୨ ଟି ଅଣ୍ଡିରା ଓଟପକ୍ଷୀଙ୍କ ସହିତ ରଖାଯାଇଛି I ଏହି ଖୁଆଡ଼ ରେ ଆଗରୁ ଥିବା ୨ଟି ମାଇ ଓଟପକ୍ଷୀଙ୍କ ମୃତ୍ୟୁ ପରେ ସେଠାରେ ଥିବା ୨ ଟି […]

Samaya Live Picture
Published On

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୪ ନୂଆ ଓଟପକ୍ଷୀ I ଏମାନଙ୍କ ମଧ୍ୟରୁ ଗୋଟିଏ ଅଣ୍ଡିରା ଓ ତିନୋଟି ମାଇ ଓଟପକ୍ଷୀ ରହିଛନ୍ତି । ହାଇଦ୍ରାବାଦ ଚିଡିଆଖାନାରୁ ଏହି ୪ଟି ଓଟପକ୍ଷୀଙ୍କୁ ଅଣାଯାଇଛି I ଏମାନଙ୍କୁ ପ୍ରାଣୀ ଉଦ୍ୟାନର ୭୧ ନଂ ଖୁଆଡ଼ରେ ପୂର୍ବରୁ ଥିବା ୨ ଟି ଅଣ୍ଡିରା ଓଟପକ୍ଷୀଙ୍କ ସହିତ ରଖାଯାଇଛି I ଏହି ଖୁଆଡ଼ ରେ ଆଗରୁ ଥିବା ୨ଟି ମାଇ ଓଟପକ୍ଷୀଙ୍କ ମୃତ୍ୟୁ ପରେ ସେଠାରେ ଥିବା ୨ ଟି ଅଣ୍ଡିରା ଓଟପକ୍ଷୀ ଏକୁଟିଆ ରହି ଯାଇଥିଲେ ଇ ତେଣୁ ଓଟପକ୍ଷୀଙ୍କ ବଂଶବୃଦ୍ଧି ପାଇଁ ସମସ୍ତ ଓଟପକ୍ଷୀଙ୍କୁ ଏକାଠି ରଖ ଯାଇଛି I ଏହି ୬ ଓଟପକ୍ଷୀଙ୍କୁ ଜିରାଫ ଖୁଆଡ଼ ସମ୍ମୁଖ ଫିଡ଼ିଂ ଚ୍ୟାମ୍ବର ମଧ୍ୟରେ ରଖାଯାଇଛି । କିଛି ଦିନ ସେଠାରେ ରହିବା ପରେ ସେମାନଙ୍କୁ ପର୍ଯ୍ୟଟକ ଦେଖିବା ପାଇଁ ଛଡ଼ାଯିବ ।

ପୂର୍ବରୁ ଛୋଟ ଖୁଆଡ଼ରେ ଓଟପକ୍ଷୀ ମାନେ ରହୁ ଥିବା ବେଳେ ଏବେ ଜିରାଫ ଖୁଆଡ଼ରୁ ସମ୍ମୁଖ ଖୁଆଡ଼କୁ ଚୟନ କରାଯାଇଛି । ଖୁଆଡ଼ଟି ବଡ଼ ଥିବାରୁ ଓଟପକ୍ଷୀ ମାନେ ଭଲ ଭାବରେ ବୁଲିବା ସହିତ ପ୍ରଜନନ କରିବା ସହଜ ହେବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।

Tags: