ଧସିଲା ନିର୍ମାଣାଧୀନ ପୋଲର ଵିମ ,୩ ଶ୍ରମିକ ଗୁରୁତର

କେନ୍ଦୁଝର : ଭୁଷୁଡ଼ିଲା କୁଶେଇ ସେତୁ ର ୨ଟି ଵିମ I କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପାଣିକୋଇଲି-ରାଜାମୁଣ୍ଡା ଜାତୀୟ ରାଜପଥ ୨୦ ରେ ନିର୍ମାଣାଧୀନ କୁଶେଇ ସେତୁର ୨ଟି ବିମ୍ ଭୁଶୁଡ଼ି ପଡ଼ିଛି I ଏଥିରେ ୩ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ,ଅନେକ ଦିନ ବ୍ୟବଧାନ ପରେ ଆଜି ସକାଳେ ପୁଣି କୁଶେଇ ନଦୀ ଉପରେ ସେତୁ କାମ ଚାଲିଥିଲା I ଏହି ସମୟରେ ସେତୁର ଗୋଟିଏ ସ୍ପାନ […]

Samaya Live Picture
Published On

କେନ୍ଦୁଝର : ଭୁଷୁଡ଼ିଲା କୁଶେଇ ସେତୁ ର ୨ଟି ଵିମ I କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପାଣିକୋଇଲି-ରାଜାମୁଣ୍ଡା ଜାତୀୟ ରାଜପଥ ୨୦ ରେ ନିର୍ମାଣାଧୀନ କୁଶେଇ ସେତୁର ୨ଟି ବିମ୍ ଭୁଶୁଡ଼ି ପଡ଼ିଛି I ଏଥିରେ ୩ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ,ଅନେକ ଦିନ ବ୍ୟବଧାନ ପରେ ଆଜି ସକାଳେ ପୁଣି କୁଶେଇ ନଦୀ ଉପରେ ସେତୁ କାମ ଚାଲିଥିଲା I ଏହି ସମୟରେ ସେତୁର ଗୋଟିଏ ସ୍ପାନ ଅଧାରୁ ଭାଙ୍ଗି ଯିବା ଫଳରେ ତାହା ସହିତ ସଂଯୋଗ ହୋଇଥିବା ବିମ୍ ମଧ୍ୟ ତଳକୁ ଖସି ପଡି ଥିଲା । ବିମ୍‌ ଦୁଇଟି ଭାଙ୍ଗି ନଦୀ ଶଯ୍ୟାରେ ପଡ଼ିଥିବା ବେଳେ ସେଠାରେ କାମ କରୁଥିବା ୪ ଜଣ ଶ୍ରମିକ ଚାପି ହୋଇଯାଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଶ୍ରମିକଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି I ଘଟଣା ସ୍ଥଳରେ ଘଷିପୁରା ପୋଲିସ ପହଞ୍ଚିଛି।

Tags: