ଧସିଲା ନଦୀବନ୍ଧ , ଆତଙ୍କିତ ୨୦ଟି ଗ୍ରାମର ଗ୍ରାମବାସୀ
ଦଶରଥପୁର : ନଦୀଗର୍ଭରେ ଲୀନ ହେଲା ବୈତରଣୀ ନଦୀବନ୍ଧ I ପ୍ରାୟ ୧୦୦ ଫୁଟରୁ ଅଧିକ ଲମ୍ବର ଧସିଛି I ବନ୍ଧର ୭୫ ଭାଗ ଧସି ନଦୀରେ ଲୀନ ହୋଇଯାଇଛି । ବର୍ତ୍ତମାନ ଆତଙ୍କିତ ଅବସ୍ଥାରେ ରହିଛନ୍ତି ୨୦ଟି ଗ୍ରାମର ଗ୍ରାମବାସୀ I ତଥ୍ୟାନୁଯାୟୀ, ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ କମାରଡ଼ିହ ପଞ୍ଚାୟତ ବଳରାମପୁର ଠାରେ ବୈତରଣୀ ନଦୀବନ୍ଧ ପ୍ରାୟ ୧୦୦ ଫୁଟରୁ ଅଧିକ ଲମ୍ବର ଧସି ନଦୀ ଗର୍ଭରେ ଲୀନ ହୋଇଛି । ବର୍ଷ ଯୋଗୁ […]
ଦଶରଥପୁର : ନଦୀଗର୍ଭରେ ଲୀନ ହେଲା ବୈତରଣୀ ନଦୀବନ୍ଧ I ପ୍ରାୟ ୧୦୦ ଫୁଟରୁ ଅଧିକ ଲମ୍ବର ଧସିଛି I ବନ୍ଧର ୭୫ ଭାଗ ଧସି ନଦୀରେ ଲୀନ ହୋଇଯାଇଛି । ବର୍ତ୍ତମାନ ଆତଙ୍କିତ ଅବସ୍ଥାରେ ରହିଛନ୍ତି ୨୦ଟି ଗ୍ରାମର ଗ୍ରାମବାସୀ I
ତଥ୍ୟାନୁଯାୟୀ, ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ କମାରଡ଼ିହ ପଞ୍ଚାୟତ ବଳରାମପୁର ଠାରେ ବୈତରଣୀ ନଦୀବନ୍ଧ ପ୍ରାୟ ୧୦୦ ଫୁଟରୁ ଅଧିକ ଲମ୍ବର ଧସି ନଦୀ ଗର୍ଭରେ ଲୀନ ହୋଇଛି । ବର୍ଷ ଯୋଗୁ ଗୁରୁବାର ସକାଳ ପ୍ରାୟ ୬ଟାରେ ବନ୍ଧ ଧସିଛି I ଏନେଇ ପ୍ରାୟ ୨୦ଟି ଗ୍ରାମର ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି I ଏଣୁ ତୁରନ୍ତ ଏହାର ମରାମତି କରିବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଥିବାବେଳେ ଏ ପର୍ଯ୍ୟନ୍ତ କୌଣସି ପ୍ରଶାସନ ଅଧିକାରୀ ଘଟଣା ସ୍ଥଳରେ ପହଂଚି ନାହାନ୍ତି I




