ଦୁର୍ବଳ ହେଲା ‘ମିଗଜମ’ ଦକ୍ଷିଣ ଓଡିଶା ସମେତ ଭୁବନେଶ୍ୱରରେ ଲାଗିରହିଛି ବର୍ଷା

ଭୁବନେଶ୍ୱର : ଆନ୍ଧ୍ର ଉପକୂଳ ଛୁଇଁବା ପରେ ଦୁର୍ବଳ ହେଲା ବାତ୍ୟା ‘ମିଗଜୋମ। ଏହା ସହ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ଗଭୀର ଅବପାତରେ ପରିଣତ ହୋଇ ଉତର ଦିଗରେ ଘଣ୍ଟାପ୍ରତି ୧୧ କିମି ବେଗରେ ଗତି କରୁଛି । ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତ ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ପରବର୍ତି ୬ ଘଂଟାରେ ଗୋଟିଏ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣ ହେବାର ସମ୍ଭାବନା ରହିଛି । ବାତ୍ୟା ଦୁର୍ବଳ […]

Samaya Live Picture
Published On

ଭୁବନେଶ୍ୱର : ଆନ୍ଧ୍ର ଉପକୂଳ ଛୁଇଁବା ପରେ ଦୁର୍ବଳ ହେଲା ବାତ୍ୟା ‘ମିଗଜୋମ। ଏହା ସହ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ଗଭୀର ଅବପାତରେ ପରିଣତ ହୋଇ ଉତର ଦିଗରେ ଘଣ୍ଟାପ୍ରତି ୧୧ କିମି ବେଗରେ ଗତି କରୁଛି । ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତ ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ପରବର୍ତି ୬ ଘଂଟାରେ ଗୋଟିଏ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣ ହେବାର ସମ୍ଭାବନା ରହିଛି । ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବା ପରେ ବର୍ଷା ଓ ପବନର ବେଗ କମିଛି ।

ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡିଶା ସମେତ ରାଜଧାନୀରେ ପାଗ କୋହଲା ସାଙ୍ଗକୁ ହାଲୁକା ବର୍ଷା ଲାଗି ରହିଛି । ପୁରୀ, ଗଂଜାମ, ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଲା ସମେତ ରାଜଧାନୀର କିଛି ଅଂଚଳରେ ମଧ୍ୟ ରହି ରହି ଝିପି ଝିପି ବର୍ଷା ହେଉଛି । ଆହୁରି ୨୪ ଘଣ୍ଟା ପାଗ ଏଇଭଳି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । କୋରାପୁଟ,ମାଲକାନଗିରି, ରାୟଗଡ଼ା, ଗଜପତି,ନୂଆପଡ଼ା,ଝାରସୁଗୁଡ଼ା ଆଦି ସ୍ଥାନରେ ବର୍ଷା ହୋଇଛି । ଆଜି ପୂର୍ବାହ୍ନ ପର୍ଯ୍ୟନ୍ତ ମାଲକାନଗିରି,କୋରାପୁଟ ଓ ରାୟଗଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେପଟେ ବାତ୍ୟା ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ବର୍ଷା ଜାରି ରହିଛି । ଜିଲ୍ଲାର ବ୍ରହ୍ମପୁର ସହର ସମେତ ଏକାଧିକ ବ୍ଲକ ଭଞ୍ଜନଗର ଆସିକା,କବିସୂର୍ଯ୍ୟନଗର,ପାତ୍ରପୁର,ଗୋପାଳପୁର,ଦିଗପହଣ୍ଡି,ସାନଖେମୁଣ୍ଡି,କୁକୁଡ଼ାଖଣ୍ଡିରେ ବର୍ଷା ଜାରି। ଗତକାଲି ରାତିରେ ବର୍ଷାର ପରିମାଣ ଅଧିକ ଥିବା ବେଳେ ସକାଳୁ କିଛି ପରିମାଣରେ କମିଥିବା ଦେଖିବାକୁ ମିଳିଛି। ତେବେ ଗଞ୍ଜାମରେ ବ୍ୟାପକ ଧାନଫସଲ ନଷ୍ଟ ହେବା ନେଇ ଆଶଙ୍କା ଦେଖିବାକୁ ମିଳିଛି।

ସେହିପରି କୋରାପୁଟରେ ମାଟି ଅତଡା ଧସିଛି । ବୋରାରୁ ଶିବଲିଙ୍ଗପୁରମ ମଧ୍ୟରେ ମାଟି ଅତଡା ଧସିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ମାଲବାହୀ ଟ୍ରେନ ହଠାତ୍ ବ୍ରେକ ମାରିବାରୁ ଇଂଜିନ ଓ ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ଉଦ୍ଧାରକାରୀ ଦଳଙ୍କୁ ଘଟଣାସ୍ଥଳକୁ ପଠାଯାଇଛି । କୋରାପୁଟରୁ ଆର୍ଖୁ ଦେଇ ବିଶାଖାପାଟଣା ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୪ଟି ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି । ସେହିପରି କିଛି ଟ୍ରେନର ଗତିପଥ ପରିବର୍ତନ କରାଯାଇଛି । ସେପଟେ ଏସଆରସି କହିଛନ୍ତି, ନାରାୟଣପାଟଣା ଓ ପଟ୍ଟାଙ୍ଗି ଅଂଚଳରେ ସର୍ବାଧିକ ୨୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବିଭାଗୀୟ ଅଧିକାରୀଙ୍କୁ ଖୁବଶୀଘ୍ର କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି । ସେମାନେ ଯେତେ ଶୀଘ୍ର ରିେପୋର୍ଟ ଦେବେ ଅନୁଧ୍ୟାନ କରାଯାଇ କ୍ଷତିପୂରଣ ଦିଆଯିବ ।

Tags: