ଦୁର୍ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ , ସ୍ଥିତି କଲେ ଅନୁଧ୍ୟାନ

ଭୁବନେଶ୍ବର : ବାହାନଗା ସିରିଜ ରେଳ ଦୁର୍ଘଟଣା ସ୍ଥଳରେ ପହଁଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନା ହେଲିକପ୍ଟରରେ ଆସି ସେ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହି ଦୁର୍ଘଟଣାକୁ ନେଇ ଶୋକବ୍ୟକ୍ତ କରିବା ସହ ସମବେଦନା ଜଣାଇଛନ୍ତି। ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୮୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧ ହଜାରରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି ବୋଲି କୁହାଯାଉଛି। ତେବେ ସରକାରୀ ସୂଚନା ଅନୁସାରେ ୨୬୧ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ଏହି ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି […]

Samaya Live Picture
Published On

ଭୁବନେଶ୍ବର : ବାହାନଗା ସିରିଜ ରେଳ ଦୁର୍ଘଟଣା ସ୍ଥଳରେ ପହଁଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନା ହେଲିକପ୍ଟରରେ ଆସି ସେ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହି ଦୁର୍ଘଟଣାକୁ ନେଇ ଶୋକବ୍ୟକ୍ତ କରିବା ସହ ସମବେଦନା ଜଣାଇଛନ୍ତି। ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୮୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧ ହଜାରରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି ବୋଲି କୁହାଯାଉଛି। ତେବେ ସରକାରୀ ସୂଚନା ଅନୁସାରେ ୨୬୧ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

ତେବେ ଏହି ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାୟୁସେନା ହେଲିକପ୍ଟରରେ ଆସି ସେ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଦୁର୍ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ ପାଇଁ ମୋଦି ସେଠାରେ ପହଞ୍ଚିଛନ୍ତି । ଦୁର୍ଘଟଣାସ୍ଥଳ ଅନୁଧ୍ୟାନ ପରେ କଟକ ଯିବାର ଯେଉଁ କାର୍ଯ୍ୟକ୍ରମ ଥିଲା ସେଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ମୋଦୀ ଆଉ କଟକ ନଯାଇ ବାଲେଶ୍ବର ବାହାନଗା ଦୁର୍ଘଟଣା ସ୍ଥଳରେ ସ୍ଥିତି ଅନୁଧ୍ୟାନ କରିବା ପରେ ବାଲେଶ୍ବର ମେଡିକାଲ ଯାଇ ଆହତମାନଙ୍କୁ ଭଟିବେ। ପରେ ପୁଣି କଲେଇକୁଣ୍ଡା ଫେରିଯିବେ ।

ବାଲେଶ୍ୱର ବାହାନଗାରେ ଗତ ରାତିରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୬୧ ପହଞ୍ଚିଲାଣି । ଦକ୍ଷିଣ ପୂର୍ବ ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥିସହ ୯ଶହରୁ ଅଧିକ ଗୁରୁତର ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବାଲେଶ୍ୱର, ଭଦ୍ରକ , ସୋରୋ, ଗୋପାଲପୁର ଏବଂ ଖନ୍ତାପଡାର ବିଭିନ୍ନ ହସପିଟାଲରେ ଆହତ ଯାତ୍ରୀଙ୍କ ଚିକିତ୍ସା ଚାଲିଛି ।

Tags: