ଦୁର୍ଘଟଣାରେ ମଧ୍ୟଖଣ୍ଡ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମୃତ୍ୟୁ
ନୟାଗଡ଼ : ଆଜି ସକାଳେ ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ସାମ୍ନାରେ ଦୁର୍ଘଟଣା ଘଟି ମଧ୍ୟଖଣ୍ଡ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୀତିକା ରଞ୍ଜନ ଷଡ଼ଙ୍ଗୀଙ୍କ ମୃତ୍ୟୁ ହୋଇଛି । ସେ ନିଜ ଘର ରଣପୁର ଲୋଧାଚୁଆ ପଞ୍ଚାୟ କେଦୁବଣିଆରୁ କାର୍ଯ୍ୟସ୍ଥଳୀ ଦଶପଲ୍ଲା ଅଭିମୂଖେ ଯାଉଥିବା ବେଳେ ଦର୍ପନାରାୟଣପୁରଠାରେ ଦୁର୍ଘଟଣାର ଶୀକାର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଡାକ୍ତର ମୃତ […]
ନୟାଗଡ଼ : ଆଜି ସକାଳେ ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ସାମ୍ନାରେ ଦୁର୍ଘଟଣା ଘଟି ମଧ୍ୟଖଣ୍ଡ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୀତିକା ରଞ୍ଜନ ଷଡ଼ଙ୍ଗୀଙ୍କ ମୃତ୍ୟୁ ହୋଇଛି । ସେ ନିଜ ଘର ରଣପୁର ଲୋଧାଚୁଆ ପଞ୍ଚାୟ କେଦୁବଣିଆରୁ କାର୍ଯ୍ୟସ୍ଥଳୀ ଦଶପଲ୍ଲା ଅଭିମୂଖେ ଯାଉଥିବା ବେଳେ ଦର୍ପନାରାୟଣପୁରଠାରେ ଦୁର୍ଘଟଣାର ଶୀକାର ହୋଇଥିଲେ ।
ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିବା ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣାକୁ ନେଇ ଦଶପଲ୍ଲା ବ୍ଲକରେ ଶୋକର ଛାୟା ଖେଳି ଯାଇଛି । ଜଣେ କର୍ତ୍ତବ୍ୟନିଷ୍ଠ ଓ ଦାୟିତ୍ୱବାନ ସରକାରୀ କର୍ମଚାରୀଙ୍କ ପରଲୋକ ଘଟିଥିବା ବେଳେ ଏହାକୁ ନେଇ ବିଭିନ୍ନ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ବହୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଡାକ୍ତରଖାନାରେ ପହଞ୍ଚିଥିବା ସୂଚନା ମିଳିଛି । ଦୁର୍ଘଟଣାକୁ ନେଇ ରଣପୁର ଥାନା ପୁଲିସ ଏକ ମାମଲା ରୁଜୁ କରିଛି।




