ଦୁଇ ବାଇକ ଧକ୍କାରେ ୩ ମୃତ
କେନ୍ଦୁଝର : ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଚାଲିଗଲା ୩ ଜୀବନ । ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର-କରଞ୍ଜିଆ ରାସ୍ତାର ପଦ୍ମପୁର ଗେଟ୍ ଛକ ନିକଟରେ । ମୃତକଙ୍କ ମଧ୍ୟରେ ୨ ପୁରୁଷ ଓ ଜଣେ ମହିଳା ଥିବା ଜଣାଯାଇଛି। ମୃତକ ହେଲେ ଘଷିପୁରା ଥାନା କଲାବିଲା ଗାଁର ସହଦେବ ବେହେରା, ତାଙ୍କ ପତ୍ନୀ ଚାନ୍ଦିନୀ ବେହେରା ଓ ଜ୍ବାଇଁ ଅଭିରାମ ବେହେରା I ଆଜି ସକାଳେ ଆନନ୍ଦପୁରରୁ କରଞ୍ଜିଆ […]
କେନ୍ଦୁଝର : ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଚାଲିଗଲା ୩ ଜୀବନ । ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର-କରଞ୍ଜିଆ ରାସ୍ତାର ପଦ୍ମପୁର ଗେଟ୍ ଛକ ନିକଟରେ । ମୃତକଙ୍କ ମଧ୍ୟରେ ୨ ପୁରୁଷ ଓ ଜଣେ ମହିଳା ଥିବା ଜଣାଯାଇଛି। ମୃତକ ହେଲେ ଘଷିପୁରା ଥାନା କଲାବିଲା ଗାଁର ସହଦେବ ବେହେରା, ତାଙ୍କ ପତ୍ନୀ ଚାନ୍ଦିନୀ ବେହେରା ଓ ଜ୍ବାଇଁ ଅଭିରାମ ବେହେରା I
ଆଜି ସକାଳେ ଆନନ୍ଦପୁରରୁ କରଞ୍ଜିଆ ଅଭିମୁଖେ ଏକ ବାଇକ୍ ଯାଉଥିବା ବେଳେ ସେଥିରେ ଦୁଇ ପୁରୁଷ ଓ ଜଣେ ମହିଳା ଥିଲେ। ଗାଡ଼ିଟି ପଦ୍ମପୁର ଗେଟ୍ ନିକଟରେ ହୋଇଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ତାକୁ ଧକ୍କା ଦେଇଥିଲା। ଫଳରେ ଆନନ୍ଦପୁରରୁ କରଞ୍ଜିଆ ଅଭିମୁଖେ ଯାଉଥିବା ବାଇକ୍ରେ ଥିବା ୩ ଜଣ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ,ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିଲେ I ଘଟଣାସ୍ଥଳରୁ ତୁରନ୍ତ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲାସେଠାରେ ଗୁରୁତର ଆହତ ଦ୍ଵୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି Iଖବର ପାଇ ଆନନ୍ଦପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।




