ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୩ ମୃତ ୪ ଗୁରୁତର
କୋରାପୁଟ: ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା I ଘଟଣାସ୍ଥଳରେ ୩ ଜଣଙ୍କର ପ୍ରାଣହାନୀ ଘଟିବା ସହିତ ଆଉ ୪ ଜଣ ଗୁରୁତର ହୋଇଛନ୍ତି I ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ଗାଗନାପୁର ଠାରେ ଘଟିଛି। ମୃତକମାନେ ଧନପୁରର ପଦ୍ମନ ହରିଜନ,ଜୟନ୍ତଗିରିର ଗୋପାଳ ହରିଜନ ଏବଂ ଆଉଜଣେ ମୃତକ ସାନପିଣ୍ଡାପଦର୍ ଅଞ୍ଚଳର ବୋଲି ଜଣାଯାଇଛି। ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ ୨ ଟି ବାଇକରେ ୭ ଜଣ ଯୁବକ […]
କୋରାପୁଟ: ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା I ଘଟଣାସ୍ଥଳରେ ୩ ଜଣଙ୍କର ପ୍ରାଣହାନୀ ଘଟିବା ସହିତ ଆଉ ୪ ଜଣ ଗୁରୁତର ହୋଇଛନ୍ତି I ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ଗାଗନାପୁର ଠାରେ ଘଟିଛି। ମୃତକମାନେ ଧନପୁରର ପଦ୍ମନ ହରିଜନ,ଜୟନ୍ତଗିରିର ଗୋପାଳ ହରିଜନ ଏବଂ ଆଉଜଣେ ମୃତକ ସାନପିଣ୍ଡାପଦର୍ ଅଞ୍ଚଳର ବୋଲି ଜଣାଯାଇଛି।
ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ ୨ ଟି ବାଇକରେ ୭ ଜଣ ଯୁବକ ଧନପୁର ଅଞ୍ଚଳରୁ ଯାତ୍ରା ଦେଖି ଫେରୁଥିଲେ I ଗାଗନାପୁର ନିକଟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ପରେ ଦୁଇଟି ବାଇକ୍ ଥିବା ଯୁବକମାନେ ଛିଟିକି ତଳେ ପଡ଼ିଯାଇଥିଲେ। ସେଠାରେ ପାଟ୍ରୋଲିଂ କରୁଥିବା ପୁଲିସ ପହଞ୍ଚି ସମସ୍ତ ମୃତାହତଙ୍କୁ ଉଦ୍ଧତ କରି ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଆହତ ମାନଙ୍କର ଚିକିତ୍ସା ଜାରି ରହିଥିବା ବେଳେ ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଖବର ପାଇ ଜୟପୁର ସଦର ଥାନା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଦୁଇଟି ବାଇକକୁ ଜବତ କରି ଘଟଣା ତଦନ୍ତ ଆରମ୍ଭ କରିଛି।




