ଦୁଇ ଟ୍ରକ ମଧ୍ୟରେ ଧକ୍କା,ଜୀବନ୍ତ ଜଳିଗଲେ ଡ୍ରାଇଭର

କେନ୍ଦୁଝର : ଟ୍ରକ ପଛକୁ ପିଟିହେଲା ଆଉ ଏକ ଟ୍ରକ I ପଛରୁ ଧକ୍କା ଦେଇଥିବା ଟ୍ରକ ଟିରେ ନିଆଁ ଲାଗି ଯିବାରୁ ଡ୍ରାଇଭର ଜୀବନ୍ତ ଦଗ୍ଧ ହେଇଯାଇଛନ୍ତି I ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥରରେ I ମୃତ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ I ଆଜି ଭୋର ୪ଟା ସମୟରେ ଦୁଇଟି ଟ୍ରକ୍‌ କଲିକୋତା ଅଭିମୁଖେ ଯାଉଥିଲା। ମହୁଲଡିହା ଗାଁ ନିକଟରେ ଲୁହା ଚାଦର […]

Samaya Live Picture
Published On

କେନ୍ଦୁଝର : ଟ୍ରକ ପଛକୁ ପିଟିହେଲା ଆଉ ଏକ ଟ୍ରକ I ପଛରୁ ଧକ୍କା ଦେଇଥିବା ଟ୍ରକ ଟିରେ ନିଆଁ ଲାଗି ଯିବାରୁ ଡ୍ରାଇଭର ଜୀବନ୍ତ ଦଗ୍ଧ ହେଇଯାଇଛନ୍ତି I ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥରରେ I ମୃତ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ I

ଆଜି ଭୋର ୪ଟା ସମୟରେ ଦୁଇଟି ଟ୍ରକ୍‌ କଲିକୋତା ଅଭିମୁଖେ ଯାଉଥିଲା। ମହୁଲଡିହା ଗାଁ ନିକଟରେ ଲୁହା ଚାଦର ବୋଝେଇ ଟ୍ରକ୍‌କୁ ଆଲୁମିନିୟମ ବୋଝେଇ ଟ୍ରକ୍‌ ପଛରୁ ଧକ୍କା ଦେଇଥିଲା। ପରେ ଆଲୁମିନିୟମ ବୋଝେଇ ଟ୍ରକ୍‌ରେ ନିଆଁ ଲାଗିଯାଇଥିଲା। ଡ୍ରାଇଭର ଟ୍ରକ୍ ଭିତରୁ ବାହାରି ପାରି ନଥିଲେ। ସେଠାରେ ସେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରି ଡ୍ରାଇଭରଙ୍କ ମୃତ ଶରୀର ବାହାର କରିଛନ୍ତି I

Tags: