ଦିଲ୍ଲୀରେ ହାଜର ହେବେ ବିଷ୍ଣୁପଦ ସେଠୀ !
ଭୁବନେଶ୍ୱର : ଦିଲ୍ଲୀରେ ହାଜର ହୋଇପାରନ୍ତି IAS ବିଷ୍ଣୁପଦ ସେଠୀ । ଦିଲ୍ଲୀରେ ହାଜର ନେଇ CBIକୁ ବିଷ୍ଣୁପଦ ଚିଠି ଲେଖିଥିବା ସୂଚନା ମିଳିଛି । ତଦନ୍ତରେ ସହଯୋଗ କରି ସମସ୍ତ ତଥ୍ୟ ରଖିବେ ହେଲେ ଭୁବନେଶ୍ବର ନୁହେଁ ଦିଲ୍ଲୀରେ ହାଜର ପାଇଁ ସେ ଚିଠି ଲେଖିଥିବା ଜଣାପଡ଼ିଛି । ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀର ଜିଜିଏମଙ୍କ ସହ ୧୫ ଲକ୍ଷ ଟଙ୍କା କାରବାର ମାମଲାରେ ବିଷ୍ଣୁପଦଙ୍କୁ ସିବିଆଇ ସମନ କରିଛି। ୧୦ ତାରିଖରେ ସମନ ଜାରି […]
ଭୁବନେଶ୍ୱର : ଦିଲ୍ଲୀରେ ହାଜର ହୋଇପାରନ୍ତି IAS ବିଷ୍ଣୁପଦ ସେଠୀ । ଦିଲ୍ଲୀରେ ହାଜର ନେଇ CBIକୁ ବିଷ୍ଣୁପଦ ଚିଠି ଲେଖିଥିବା ସୂଚନା ମିଳିଛି । ତଦନ୍ତରେ ସହଯୋଗ କରି ସମସ୍ତ ତଥ୍ୟ ରଖିବେ ହେଲେ ଭୁବନେଶ୍ବର ନୁହେଁ ଦିଲ୍ଲୀରେ ହାଜର ପାଇଁ ସେ ଚିଠି ଲେଖିଥିବା ଜଣାପଡ଼ିଛି । ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀର ଜିଜିଏମଙ୍କ ସହ ୧୫ ଲକ୍ଷ ଟଙ୍କା କାରବାର ମାମଲାରେ ବିଷ୍ଣୁପଦଙ୍କୁ ସିବିଆଇ ସମନ କରିଛି। ୧୦ ତାରିଖରେ ସମନ ଜାରି ହୋଇଥିବାବେଳେ ୧୧ ତାରିଖରେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ହାଜର ପାଇଁ କୁହାଯାଇଥିଲା। ତେବେ ଏହାରି ମଧ୍ୟରେ ବିଷ୍ଣୁପଦଙ୍କ ୩ ଡ୍ରାଇଭରଙ୍କୁ ସିବିଆଇ ଜେରା କରିସାରିଛି।
ବ୍ରିଜ ଆଣ୍ଡ ରୁଫ ମାମଲାରେ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ୧୦ ତାରିଖରେ ସମନ ଜାରି ହୋଇଥିବାବେଳେ ୧୧ ତାରିଖରେ ହାଜର ପାଇଁ କୁହାଯାଇଥିଲା । ଏହା ମଧ୍ୟରେ ବିଷ୍ଣୁପଦଙ୍କ ତିନି ଡ୍ରାଇଭରଙ୍କୁ ସିବିଆଇ ଜେରା ପରେ ତିନି ଅଭିଯୁକ୍ତଙ୍କୁ ଜେଲ ପଠାଇଛନ୍ତି ସ୍ବତନ୍ତ୍ର ସିବିଆଇ କୋର୍ଟ। ଚଞ୍ଚଲ ମୁଖାର୍ଜୀ, ଦେବଦତ୍ତ ମହାପାତ୍ର ଓ ସନ୍ତୋଷ ମହାରଣା ଗତକାଲି ରାତି ଝାରପଡ଼ା ଜେଲରେ କାଟିଛନ୍ତି। ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଶେଷ ହେବା ପରେ ଚଞ୍ଚଲ ମୁଖାର୍ଜୀ, ଦେବଦତ୍ତ ମହାପାତ୍ର ଓ ସନ୍ତୋଷ ମହାରଣାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।




