ଦଳିଦେଲା ଦନ୍ତା : ଆଖି ବୁଜିଲେ ଦୁଇ ପୁଅ,ମା’ବାପା ଗୁରୁତର

ଝାରସୁଗୁଡା : ବାପା,ମା’ଙ୍କ ଆଖି ସାମ୍ନାରେ ଘଟିଗଲା ଏକ ଅଭବନୀୟ ଘଟଣା I ନିମିଷକେ ଚାଲିଗଲା ଦୁଇ ପିଲାଙ୍କ ଜୀବନ I ବାପା,ମା’ ବି ଗୁରୁତର ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି I ଘଟଣା ଘଟିଛି ଝାରସୁଗୁଡ଼ା ବାଗଡିହି ରେଂଜ ଭଉଁରା ନିକଟରେ I ଇଟାଭାଟିରେ କାମ କରୁଥିବା ଦୁଇ ପିଲା ହାତୀ ଆକ୍ରମଣରେରେ ଶୋଚନୀୟ ମୃତ୍ୟୁ ହୋଇଛି । ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବାପା ଓ ମା’ମଧ୍ୟ ହାତୀ ଆକ୍ରମଣରେ ଗୁରୁତର ହୋଇ […]

Samaya Live Picture
Published On

ଝାରସୁଗୁଡା : ବାପା,ମା’ଙ୍କ ଆଖି ସାମ୍ନାରେ ଘଟିଗଲା ଏକ ଅଭବନୀୟ ଘଟଣା I ନିମିଷକେ ଚାଲିଗଲା ଦୁଇ ପିଲାଙ୍କ ଜୀବନ I ବାପା,ମା’ ବି ଗୁରୁତର ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି I ଘଟଣା ଘଟିଛି ଝାରସୁଗୁଡ଼ା ବାଗଡିହି ରେଂଜ ଭଉଁରା ନିକଟରେ I ଇଟାଭାଟିରେ କାମ କରୁଥିବା ଦୁଇ ପିଲା ହାତୀ ଆକ୍ରମଣରେରେ ଶୋଚନୀୟ ମୃତ୍ୟୁ ହୋଇଛି । ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବାପା ଓ ମା’ମଧ୍ୟ ହାତୀ ଆକ୍ରମଣରେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି I

ସୂଚନାନୁସାରେ ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଳକ ଭଉଁରା ଗ୍ରାମ ନିକଟରେ ଥିବା ଏକ ଇଟାଭାଟିରେ ମୃତ ଦୁଇ ପିଲାଙ୍କ ବାପା’ମା’ ଶ୍ରମିକ ଭାବରେ କାମକରୁଥିଲେ I କାମସାରି ଇଟାଭାଟିରେ ପଲିଥିନ ତଳେ ଶୋଇଥିବା ବେଳେ ହାତୀ ଏମାନଙ୍କୁ ଆକ୍ରମଣ କରିଥିଲା I ମୃତ ଦୁଇ ଭାଇ ହେଲେ ଧନଞ୍ଜୟ ସତନମୀ(୯) ଏବଂ ଅଭୟ ସତନମୀ(୧୧) । ମୃତ ଶିଶୁଙ୍କ ମାତା ଲେହେରାବାଈ ସତନମୀ ଏବଂ ପିତା ଉମେଶ ରାମ ସତନମୀଙ୍କୁ ଝାରସୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଶ୍ରମିକ ପରିବାର ଇଟାଭାଟିରେ କାମ କରିବାକୁ ଛତିଶଗଡ଼ ରାଜ୍ୟର ଶକ୍ତି ଜିଲ୍ଲା ଅଞ୍ଚଳରୁ ଗତ ଦୁଇଦିନ ତଳେ ଆସିଥିଲେ।

Tags: