ତେଲ ଫାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ,ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

ଖୋର୍ଦ୍ଧା : ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳ ସ୍ଥିତ ରିଫାଇନ ତେଲ ଫ୍ୟାକ୍ଟ୍ରିରେ ନିଆଁ । ‘ୟୁନିଭରସାଲ ଇନ୍ଫ୍ରା ଆଣ୍ଡ ଏଗ୍ରୀ ଅଏଲ ପ୍ରାଇଭେଟ୍ ଲିମିଟେଡ’ନାମକ ତେଲ ଫ୍ୟାକ୍ଟ୍ରିରେ ନିଆଁ ଲାଗିଛି । ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇ ଯାଇଛି I ନିଆଁ ଲିଭାଇବା ପାଇଁ ୩ଟି ଦମକଳ ବାହିନୀ ଗାଡିକୁ ନିୟୋଜିତ କରାଯାଇଛି । ଏଥିରେ କୌଣସି କର୍ମଚାରୀଙ୍କର କିଛି କ୍ଷତି ହୋଇନଥିବା ଜଣାପଡିଛି […]

Samaya Live Picture
Published On

ଖୋର୍ଦ୍ଧା : ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳ ସ୍ଥିତ ରିଫାଇନ ତେଲ ଫ୍ୟାକ୍ଟ୍ରିରେ ନିଆଁ । ‘ୟୁନିଭରସାଲ ଇନ୍ଫ୍ରା ଆଣ୍ଡ ଏଗ୍ରୀ ଅଏଲ ପ୍ରାଇଭେଟ୍ ଲିମିଟେଡ’ନାମକ ତେଲ ଫ୍ୟାକ୍ଟ୍ରିରେ ନିଆଁ ଲାଗିଛି । ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇ ଯାଇଛି I ନିଆଁ ଲିଭାଇବା ପାଇଁ ୩ଟି ଦମକଳ ବାହିନୀ ଗାଡିକୁ ନିୟୋଜିତ କରାଯାଇଛି । ଏଥିରେ କୌଣସି କର୍ମଚାରୀଙ୍କର କିଛି କ୍ଷତି ହୋଇନଥିବା ଜଣାପଡିଛି ।

ସୂଚନାନୁସାରେ,ଆଜି ଦିନ ବେଳା ଉକ୍ତ ଫ୍ୟାକ୍ଟ୍ରିରେ କର୍ମଚାରୀ କାମରେ ନିୟୋଜିତ ଥିଲେ। ଉକ୍ତ ସମୟରେ ଫ୍ୟାକ୍ଟ୍ରିର ଗୋଦାମ ଓ ଅଫିସ ରୁମ୍‌ରେ ସର୍ଟ ସର୍କିଟ ହୋଇ ପ୍ରବଳ ଧୂଆଁ ବାହାରିଥିଲା। ଚାହୁଁ ଚାହୁଁ ନିଆଁ ଚାରି ଆଡକୁ ବ୍ୟାପି ଯାଇଥିଲା I ଏଥିରେ କର୍ମଚାରୀମାନେ ସୁରକ୍ଷିତ ଥିବାବେଳେ,ତେଲ ପ୍ୟାକିଂ ପାଇଁ ଥିବା ଲକ୍ଷାଧିକ ଟଙ୍କାର ଆବଶ୍ୟକ ସାମଗ୍ରୀରେ ନିଆଁ ଲାଗି ଜଳିଯାଇଥିବା ଜଣାପଡିଛି I

Tags: