ତେଲ ଟ୍ୟାଙ୍କର-ଟ୍ରକ୍‌ ମୁହାଁମୁହିଁ: ଜିଅନ୍ତା ଜଳିଗଲେ ଡ୍ରାଇଭର

ବାଙ୍ଗିରିପୋଷି : ପୁଣି ଦ୍ବରାଶୁଣିରେ ଘାଟିରେ ଟ୍ରକ ଦୁର୍ଘଟଣା I ଏକ ତେଲ ଟ୍ୟାଙ୍କର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି I ଧକ୍କା ହେବା ଫଳରେ ଟ୍ୟାଙ୍କର ଓ ଟ୍ରକ ଦୁଇଟି ଯାକ ଘଟି ତଳକୁ ଖସି ପଡିଥିବା ଜଣାପଡିଛି I ଟ୍ୟାଙ୍କର ଡ୍ରାଇଭର ଗାଡି ସହ ଜିଅନ୍ତା ଜାଳି ଯାଇଥିବାବେଳେ ଟ୍ରକ ଡ୍ରାଇଭର ଷ୍ଟିଅରିଂ ଭିତରେ ଚାପି ମୃତ୍ୟୁ ହୋଇଛି I ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଘାଟି ଉପରେ ଗୁରୁବାର ସକାଳୁ ସକାଳୁ […]

Samaya Live Picture
Published On

ବାଙ୍ଗିରିପୋଷି : ପୁଣି ଦ୍ବରାଶୁଣିରେ ଘାଟିରେ ଟ୍ରକ ଦୁର୍ଘଟଣା I ଏକ ତେଲ ଟ୍ୟାଙ୍କର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି I ଧକ୍କା ହେବା ଫଳରେ ଟ୍ୟାଙ୍କର ଓ ଟ୍ରକ ଦୁଇଟି ଯାକ ଘଟି ତଳକୁ ଖସି ପଡିଥିବା ଜଣାପଡିଛି I ଟ୍ୟାଙ୍କର ଡ୍ରାଇଭର ଗାଡି ସହ ଜିଅନ୍ତା ଜାଳି ଯାଇଥିବାବେଳେ ଟ୍ରକ ଡ୍ରାଇଭର ଷ୍ଟିଅରିଂ ଭିତରେ ଚାପି ମୃତ୍ୟୁ ହୋଇଛି I ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଘାଟି ଉପରେ ଗୁରୁବାର ସକାଳୁ ସକାଳୁ ଘଟିଛି ଏହି ଦୁର୍ଘଟଣା I ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ତଦନ୍ତ କରୁଛି। ସୂଚନାନୁସାରେ,ତେଲ ଗାଡି ଦୁଇଟି ତେଲ ବୋଝେଇ କରି କେନ୍ଦୁଝରରୁ ବାରିପଦା ଆସୁଥିବାବେଳେ ଘାଟିରେ ଏହି ଦୁର୍ଘଟଣା ଘଟିଥିଲା I

Tags: