ତାରିଣୀ ବସ୍ତ୍ରାଳୟରେ ଭୟଙ୍କର ଅଗ୍ନିକାଣ୍ଡ,କର୍ମଚାରୀ ମୃତ
ଭୁବନେଶ୍ଵର : ବୁଧୁବାର ବିଳମ୍ବିତ ରାତିରେ କଳ୍ପନା ଛକସ୍ଥିତ ତାରିଣୀ ବସ୍ତ୍ରାଳୟରେ ଘଟିଯାଇଛି ଭୟଙ୍କର ଅଗ୍ନିକାଣ୍ଡ । ଏହି ଘଟଣାରେ ବସ୍ତ୍ରାଳୟରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତାଙ୍କ ନାଁ ରାକେଶ ସାହୁ । ଘର ପୁରୀ ଜିଲ୍ଲାରେ । ଅଗ୍ନିକାଣ୍ଡ ସମୟରେ ଦ୍ୱିତୀୟ ମହଲାରେ ନିଆଁ ଲିଭାଇବାକୁ ଉଦ୍ୟମ କରୁଥିଲାବେଳେ ଡ୍ରେସ ରଖାଯାଇଥିବା ଏକ ର୍ୟାକ୍ ରାକେଶଙ୍କ ଉପରେ ପଡ଼ିଯାଇଥିଲା । ସେ ର୍ୟାକ୍ ତଳେ ଚାପି ହୋଇଯାଇଥିଲେ […]
ଭୁବନେଶ୍ଵର : ବୁଧୁବାର ବିଳମ୍ବିତ ରାତିରେ କଳ୍ପନା ଛକସ୍ଥିତ ତାରିଣୀ ବସ୍ତ୍ରାଳୟରେ ଘଟିଯାଇଛି ଭୟଙ୍କର ଅଗ୍ନିକାଣ୍ଡ । ଏହି ଘଟଣାରେ ବସ୍ତ୍ରାଳୟରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତାଙ୍କ ନାଁ ରାକେଶ ସାହୁ । ଘର ପୁରୀ ଜିଲ୍ଲାରେ । ଅଗ୍ନିକାଣ୍ଡ ସମୟରେ ଦ୍ୱିତୀୟ ମହଲାରେ ନିଆଁ ଲିଭାଇବାକୁ ଉଦ୍ୟମ କରୁଥିଲାବେଳେ ଡ୍ରେସ ରଖାଯାଇଥିବା ଏକ ର୍ୟାକ୍ ରାକେଶଙ୍କ ଉପରେ ପଡ଼ିଯାଇଥିଲା । ସେ ର୍ୟାକ୍ ତଳେ ଚାପି ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ସେଠାରୁ ଉଦ୍ଧ।ର କରି କ୍ୟାପିଟାଲ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଲକ୍ଷ୍ମୀସାଗର ଥାନା ପୋଲିସ ।
ସୂଚନାନୁସାରେ,କଳ୍ପନା ଛକ ନିକଟରେ ଥିବା ତାରିଣୀ ବସ୍ତ୍ରାଳୟର ପଛ ପଟ ଗଳିରେ ଏକ ୫ ମହଲା ବିଶିଷ୍ଟ ଗୋଦାମ ଘର ଅଛି । ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଗୋଦାମର ସ୍କାଏ ଲାଇଟରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ବସ୍ତ୍ରାଳୟ ସୋ ରୁମରେ ଶୋଇଥିବା କର୍ମଚାରୀଙ୍କୁ ସୂଚନା ଦେଇଥିଲେ । ଅଗ୍ନିକାଣ୍ଡ ଖବର ପାଇ ତୁରନ୍ତ କଳ୍ପନା ଓ ସଚିବାଳୟ ଅଗ୍ନିଶମ କେନ୍ଦ୍ରରୁ ୫ଟି ଦମକଳ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ । ପ୍ରାୟ ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଅଗ୍ନିକାଣ୍ଡ ଫଳରେ ବସ୍ତ୍ରାଳୟର ୨ ଟି ମହଲା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ତେବେ ଠାକୁରଙ୍କ ନିକଟରେ ଲାଗିଥିବା ଦୀପ ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏଥିରେ କୋଟି କୋଟି ଟଙ୍କାର ବସ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି।




