ଡାକ୍ତରଖାନାରେ ରୋଗୀ ଦେଖିଲେ ବିଧାୟକ
ରାଜଗାଙ୍ଗପୁର : ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଦେଖୁଛନ୍ତି ବିଧାୟକ I ଡାକ୍ତରଖାନାକୁ ନିୟମିତ ଡାକ୍ତର ଆସୁ ନଥିବାରୁ ସ୍ୱାସ୍ଥ୍ୟସେବା ହୋଇଛି ବିପର୍ଯ୍ୟସ୍ତ I ଫଳରେ ଚିକିତ୍ସା ପାଇଁ ହନ୍ତସନ୍ତ ହେଉଛନ୍ତି ରୋଗୀ । ସ୍ୱାସ୍ଥ୍ୟକେନ୍ଦ୍ରରେ ୧୪ ଜଣ ଡାକ୍ତର ନିଯୁକ୍ତ ରହିବା ନେଇ ନିୟମ ରହିଛି । କିନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ରରେ ୬ ଜଣ ଡାକ୍ତର ଅଛନ୍ତି। ସେଥିରୁ ୩ ଜଣ ନିୟମିତ ହୋଇଥିବା ବେଳେ ଅନ୍ୟମାନେ ନିୟମିତ ହୋଇନାହାନ୍ତି। ଏହି ୬ ଡାକ୍ତରଙ୍କ ମଧ୍ୟରୁ […]
ରାଜଗାଙ୍ଗପୁର : ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଦେଖୁଛନ୍ତି ବିଧାୟକ I ଡାକ୍ତରଖାନାକୁ ନିୟମିତ ଡାକ୍ତର ଆସୁ ନଥିବାରୁ ସ୍ୱାସ୍ଥ୍ୟସେବା ହୋଇଛି ବିପର୍ଯ୍ୟସ୍ତ I ଫଳରେ ଚିକିତ୍ସା ପାଇଁ ହନ୍ତସନ୍ତ ହେଉଛନ୍ତି ରୋଗୀ । ସ୍ୱାସ୍ଥ୍ୟକେନ୍ଦ୍ରରେ ୧୪ ଜଣ ଡାକ୍ତର ନିଯୁକ୍ତ ରହିବା ନେଇ ନିୟମ ରହିଛି । କିନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ରରେ ୬ ଜଣ ଡାକ୍ତର ଅଛନ୍ତି। ସେଥିରୁ ୩ ଜଣ ନିୟମିତ ହୋଇଥିବା ବେଳେ ଅନ୍ୟମାନେ ନିୟମିତ ହୋଇନାହାନ୍ତି। ଏହି ୬ ଡାକ୍ତରଙ୍କ ମଧ୍ୟରୁ ଦଶହରା ପାଇଁ ୫ ଜଣ ଛୁଟିରେ ଯାଇଛନ୍ତି। ତେଣୁ ଡାକ୍ତରଖାନାରେ ଜଣେ ଡାକ୍ତର ରୋଗୀ ଦେଖୁଛନ୍ତି। ଅଧିକାଂଶ ସମୟରେ ବନ୍ଦ ରହୁଛି ଓପିଡି । ଏପଟେ ରୋଗୀଙ୍କ ଲମ୍ବା ଲାଇନ୍ ଲାଗିଥିବାରୁ ରୋଗୀ ସେବା ପାଇଁ ଆଗେଇ ଆସିଥିଲେ ରାଜଗାଙ୍ଗପୁର କଂଗ୍ରେସ ବିଧାୟକ ଡାକ୍ତର ରାଜନ ଏକ୍କା ।




