ଡମ୍ପର ତଳେ ପଶିଗଲା ବାଇକ , ଯୁବକ ଗୁରୁତର
ଭୁବନେଶ୍ୱର : ଭୁବନେଶ୍ବର ନୂଆପଲ୍ଲୀରେ ମର୍ମନ୍ତୁଦ ଦୁର୍ଘଟଣା । ଜୟଦେବବିହାର-ଇସ୍କନ ଦୁର୍ଗାପୂଜା ମଣ୍ଡପ ସାମ୍ନାରେ ଘଟିଛି ଭୟଙ୍କର ସଡକ ଦୁର୍ଘଟଣା । ଡମ୍ପରକୁ ପଛକୁ ଧକ୍କା ଦେଲା ସ୍ପିଡ୍ ବାଇକ୍ । ଦ୍ରୁତ ଗତିରେ ଗାଡ଼ି ଚଳାଇବା ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ ସହ ଡମ୍ପର ପଛପଟେ ପଶିଯାଇଥିଲେ ଚାଳକ । ଗୁରୁତର ଅବସ୍ଥାରେ ବାଇକ୍ ଆରୋହୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ପଠାଇଛି ପୋଲିସ । ଯୁବକଙ୍କ […]
ଭୁବନେଶ୍ୱର : ଭୁବନେଶ୍ବର ନୂଆପଲ୍ଲୀରେ ମର୍ମନ୍ତୁଦ ଦୁର୍ଘଟଣା । ଜୟଦେବବିହାର-ଇସ୍କନ ଦୁର୍ଗାପୂଜା ମଣ୍ଡପ ସାମ୍ନାରେ ଘଟିଛି ଭୟଙ୍କର ସଡକ ଦୁର୍ଘଟଣା । ଡମ୍ପରକୁ ପଛକୁ ଧକ୍କା ଦେଲା ସ୍ପିଡ୍ ବାଇକ୍ । ଦ୍ରୁତ ଗତିରେ ଗାଡ଼ି ଚଳାଇବା ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ ସହ ଡମ୍ପର ପଛପଟେ ପଶିଯାଇଥିଲେ ଚାଳକ । ଗୁରୁତର ଅବସ୍ଥାରେ ବାଇକ୍ ଆରୋହୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ପଠାଇଛି ପୋଲିସ । ଯୁବକଙ୍କ ପରିଚୟ ମିଳି ପାରି ନାହିଁ । ଦୁର୍ଘଟଣା ପରେ ଉକ୍ତ ରାସ୍ତାରେ ଅନେକ ସମୟରେ ଧରି ଯାନବାହନ ଅଟକି ରହିବା ସହ ଗାଡି ଚଳାଚଳରେ ବାଧାପ୍ରାପ୍ତ ହୋଇଥିଲା । ତେବେ ଡମ୍ପରଟି ବ୍ରେକ ଡାଉନ ହୋଇ ରାସ୍ତାରେ ଛିଡା ହୋଇଥିବା ସୂଚନା ମିଳିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ୍ ସମସ୍ୟାକୁ ନିୟନ୍ତ୍ରଣ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।ପୋଲିସ ଘଟଣାର ତଦନ୍ତ କରୁଛି ।
ସେପଟେ ରେଢ଼ାଖୋଲ ଧଉରାଖମଣ ନିକଟରେ ଦୁର୍ଘଟଣା । ସଙ୍କିର୍ତ୍ତନ ସାରି ସୁବଳୟା ଟାମକିଆଦାଦର ଗାଁକୁ ଫେରିବା ବେଳେ ଓଲଟିଲା ପିକଅପ ଭ୍ୟାନ। ୨୨ ଆହତ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ସୁବଳୟା ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ମାନଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଛି । ତେବେ ଧଉରାଖମଣ ବୁଲାଣି ନିକଟରେ ପିକଅପ ଭ୍ୟାନ ଟି ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।




