ଟ୍ୱିନ ସିଟିର ନୂତନ କମିଶନର ଭାବରେ ଦାୟିତ୍ୱ ନେଲେ ସଂଜୀବ ପଣ୍ଡା

ଭୁବନେଶ୍ୱର : ଆଜି ଟ୍ୱିନ ସିଟିର ନୂତନ ପୋଲିସ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ସଂଜୀବ ପଣ୍ଡା I ୧୯୯୪ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ସଂଜୀବ ପଣ୍ଡା I କମିଶନର ଭାବରେ ଦାୟିତ୍ୱ ନେବାପରେ ୨୦୨୪ ନିର୍ବାଚନ ତାଙ୍କ ପାଇଁ ହେବ ବଡ଼ ଚ୍ୟାଲେଞ୍ଜ I ସଂଜୀବ ପଣ୍ଡା ରାଜ୍ୟରେ ବିଭିନ୍ନ ବିଭାଗର ସଫଳତାର ସହ କାର୍ଯ୍ୟ କରିଛନ୍ତି I ସେ ରାଉରକେଲା,ପୁରୀ ଆଜି ଜିଲାରେ SP ଭାବରେ ସଫଳତାର ସହ ଦାୟିତ୍ୱ […]

Samaya Live Picture
Published On

ଭୁବନେଶ୍ୱର : ଆଜି ଟ୍ୱିନ ସିଟିର ନୂତନ ପୋଲିସ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ସଂଜୀବ ପଣ୍ଡା I ୧୯୯୪ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ସଂଜୀବ ପଣ୍ଡା I କମିଶନର ଭାବରେ ଦାୟିତ୍ୱ ନେବାପରେ ୨୦୨୪ ନିର୍ବାଚନ ତାଙ୍କ ପାଇଁ ହେବ ବଡ଼ ଚ୍ୟାଲେଞ୍ଜ I

ସଂଜୀବ ପଣ୍ଡା ରାଜ୍ୟରେ ବିଭିନ୍ନ ବିଭାଗର ସଫଳତାର ସହ କାର୍ଯ୍ୟ କରିଛନ୍ତି I ସେ ରାଉରକେଲା,ପୁରୀ ଆଜି ଜିଲାରେ SP ଭାବରେ ସଫଳତାର ସହ ଦାୟିତ୍ୱ ତୁଲାଇବା ସହିତ ଦକ୍ଷିଣପଶ୍ଚିମାଞ୍ଚଳ DIG,IG,ପର୍ଶନଲ,IG OSAP ରହିଛନ୍ତି I ସେହିପରି ADG କ୍ରାଇମବ୍ରାଞ୍ଚ,ପରିବହନ କମିଶନର,ଗୁଇନ୍ଦା ନିର୍ଦେଶକ ଭାବରେ ଦାୟିତ୍ୱ ତୁଲାଇଥିଲେ I ସଂଜୀବ ପଣ୍ଡା ADG କ୍ରାଇମବ୍ରାଞ୍ଚ ଥିବାବେଳେ ବାଲେଶ୍ୱର DRDO ରେ ଘଟିଥିବା ହନିଟରପି ମାମଲାର ତଦନ୍ତ ଦାୟିତ୍ୱ ସଫଳତାର ସହ ତୁଲାଇଥିଲେ I

Tags: