ଟ୍ରେନ ଶୌଚାଳୟରୁ ମହିଳାଙ୍କ ମୃତଦେହ ମିଳିବ ଘଟଣା,ଫୋନ ନମ୍ବର ଜାରି କଲା ଜିଆରପି ପୋଲିସ
ଭୁବନେଶ୍ୱର: ଧାନବାଦ ଏକ୍ସପ୍ରେସ ଶୌଚାଳୟରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ମିଳିବା ଘଟଣାରେ ଏପର୍ଯ୍ୟନ୍ତ ମିଳିପାରିନାହିଁ ପରିଚୟ । ମହିଳାଙ୍କ ପରିଚୟ ଜାଣିବା ପାଇଁ ୩ଟି ମୋବାଇଲ୍ ନମ୍ବର ଜାରି କରିଛି ଜିଆରପିା ନମ୍ବର ଗୁଡ଼ିକ ହେଲା 94381-22528, 94389-16892,70082-97947। ଏହି ନମ୍ବରରେ ପରିଚୟ ଗୋପନ ରଖି ସୂଚନା ଦେଇପାରିବେ ବୋଲି କୁହାଯାଇଛି I ମୃତ ମହିଳାଙ୍କ ପରିଚୟ ପାଇବା ପାଇଁ ୩ ଟି ସ୍ପେଶାଲ ଟିମ ତଦନ୍ତ କରୁଛି । ଧାନବାଦ ଓ ଭୁବନେଶ୍ୱର ମଧ୍ୟରେ ସମସ୍ତ […]
ଭୁବନେଶ୍ୱର: ଧାନବାଦ ଏକ୍ସପ୍ରେସ ଶୌଚାଳୟରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ମିଳିବା ଘଟଣାରେ ଏପର୍ଯ୍ୟନ୍ତ ମିଳିପାରିନାହିଁ ପରିଚୟ । ମହିଳାଙ୍କ ପରିଚୟ ଜାଣିବା ପାଇଁ ୩ଟି ମୋବାଇଲ୍ ନମ୍ବର ଜାରି କରିଛି ଜିଆରପିା ନମ୍ବର ଗୁଡ଼ିକ ହେଲା 94381-22528, 94389-16892,70082-97947। ଏହି ନମ୍ବରରେ ପରିଚୟ ଗୋପନ ରଖି ସୂଚନା ଦେଇପାରିବେ ବୋଲି କୁହାଯାଇଛି I ମୃତ ମହିଳାଙ୍କ ପରିଚୟ ପାଇବା ପାଇଁ ୩ ଟି ସ୍ପେଶାଲ ଟିମ ତଦନ୍ତ କରୁଛି । ଧାନବାଦ ଓ ଭୁବନେଶ୍ୱର ମଧ୍ୟରେ ସମସ୍ତ ଷ୍ଟେସନରେ ସିସିଟିଭି ଯାଞ୍ଚ ଚାଲିଛି । ଏବଂ ମୃତଦେହ ନିକଟରୁ ମିଳିଥିବା ମୋବାଇଲ SFSL କୁ ପଠାଯାଇଛି । S5 ବଗିରେ ଥିବା ସମସ୍ତ ଯାତ୍ରୀଙ୍କୁ ପଚରାଉଚରା ଚାଲିଛି । ପୂର୍ବରୁ ଷ୍ଟେସନ ଓ ଟ୍ରେନ ପରିସରରେ ପୋଷ୍ଟର ମାରିଥିଲା GRP । ଏପର୍ଯ୍ୟନ୍ତ ମୃତ ମହିଳାଙ୍କ କୌଣସି ପରିଚୟ ମିଳିପାରି ନାହିଁ। ଏହି ପୋଷ୍ଟରରେ ଉଲ୍ଲେଖ କରାଯାଇଛି ଯେ ମୃତ ମହିଳାଙ୍କ ବୟସ ୩୦ବର୍ଷ ଏବଂ ସେ ବିବାହିତା ।




