ଟ୍ରେନ ରେ କଟି ଯବାନଙ୍କ ମୃତ୍ୟୁ
ଟିଟିଲାଗଡ଼ : ଟ୍ରେନରେ କଟି ଜଣେ ଆଇଆରବି ଜବାନଙ୍କ ମୃତ୍ୟୁ ଘଟିଛି I ଟିଟିଲାଗଡ଼ ବଲାଙ୍ଗୀର ରେଳ ରାସ୍ତାର ଗୋଏଲଭାଡ଼ି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତ ଯବାନ ହେଲେ ରୁପାଧର ବଗର୍ତି I ସେ ସଇଁତଲା ଥାନା ଅନ୍ତର୍ଗତ କୁମ୍ଭକେଲା ଗ୍ରାମର ଧ୍ରୁବ ବଗର୍ତିଙ୍କ ପୁଅ ବୋଲି ଜଣା ପଡିଛି । ରୁପାଧର ଅନୁଗୁଳ ଠାରେ କାର୍ଯ୍ୟରତ ଥିବା ବେଳେ କିଛି ଦିନ ହେଲା ଘରକୁ ଛୁଟିରେ ଆସିଥିଲେ। ଆଜି ଭୋର ୪ଟାରୁ […]
ଟିଟିଲାଗଡ଼ : ଟ୍ରେନରେ କଟି ଜଣେ ଆଇଆରବି ଜବାନଙ୍କ ମୃତ୍ୟୁ ଘଟିଛି I ଟିଟିଲାଗଡ଼ ବଲାଙ୍ଗୀର ରେଳ ରାସ୍ତାର ଗୋଏଲଭାଡ଼ି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତ ଯବାନ ହେଲେ ରୁପାଧର ବଗର୍ତି I ସେ ସଇଁତଲା ଥାନା ଅନ୍ତର୍ଗତ କୁମ୍ଭକେଲା ଗ୍ରାମର ଧ୍ରୁବ ବଗର୍ତିଙ୍କ ପୁଅ ବୋଲି ଜଣା ପଡିଛି । ରୁପାଧର ଅନୁଗୁଳ ଠାରେ କାର୍ଯ୍ୟରତ ଥିବା ବେଳେ କିଛି ଦିନ ହେଲା ଘରକୁ ଛୁଟିରେ ଆସିଥିଲେ। ଆଜି ଭୋର ୪ଟାରୁ ସେ ଘରେ କାହାକୁ କିଛି ନକହି ଏକ ବାଇକ ଧରି ଚାଲି ଆସିଥିଲେ। ଆଜି ସକାଳୁ ଟିଟିଲାଗଡ଼ ବଲାଙ୍ଗିର ରାଜ୍ୟ ରାଜପଥ ଗୋଏଲଭାଡ଼ି ଛକ ନିକଟସ୍ଥ ଜଙ୍ଗଲ ମଧ୍ୟରେ ରେଳ ଧାରଣାରେ ରେଳ କର୍ମଚାରୀ ତାଙ୍କ ଦୁଇ ଫାଳ ହୋଇଯାଇଥିବା ମୃତଦେହ ଦେଖି ଟିଟିଲାଗଡ଼ ଆରପିଏଫ ଥାନାକୁ ଖବର ଦେଇଥିଲେ। ମୃତକଙ୍କ ବଡ଼ଭାଇ ରାଜକୁମାର ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଦୁଇ ରେଳ ଧାରଣା ମଝିରେ ମୃଦଦେହ ପଡ଼ି ରହିଥିବା ବେଳେ ଗୋଟିଏ ପରେ ଗୋଟିଏ ଟ୍ରେନ ଯାଉଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି I




