ଟ୍ରେନରେ କଟି ଯୁବକ ମୃତ

ପରଜଙ୍ଗ : ଟ୍ରେନ୍‌ରେ କଟି ଯୁବକଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଦେଇ ଯାଇଥିବା ଡ଼ୁବୁରୀ -ତାଳଚେର ରେଳପଥର ପର୍ଜଙ୍ଗ ଷ୍ଟେସନ ଠାରୁ ଅଳ୍ପ ଦୂରରେ ରେଳ ଲାଇନରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି । ରବିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ପରଜଙ୍ଗ ଥାନା ଡିହଡୋଳ ଗ୍ରାମର ଟୁକୁନ ସାହୁ (୩୨)। ଟୁକୁନ ରବିବାର ବିଳମ୍ବିତ ରାତିରେ ଘରୁ କେଉଁଆଡ଼େ […]

Samaya Live Picture
Published On

ପରଜଙ୍ଗ : ଟ୍ରେନ୍‌ରେ କଟି ଯୁବକଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଦେଇ ଯାଇଥିବା ଡ଼ୁବୁରୀ -ତାଳଚେର ରେଳପଥର ପର୍ଜଙ୍ଗ ଷ୍ଟେସନ ଠାରୁ ଅଳ୍ପ ଦୂରରେ ରେଳ ଲାଇନରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି । ରବିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ମୃତ ଯୁବକ ଜଣଙ୍କ ହେଉଛନ୍ତି ପରଜଙ୍ଗ ଥାନା ଡିହଡୋଳ ଗ୍ରାମର ଟୁକୁନ ସାହୁ (୩୨)। ଟୁକୁନ ରବିବାର ବିଳମ୍ବିତ ରାତିରେ ଘରୁ କେଉଁଆଡ଼େ ପଳାଇ ଯାଇଆଉ ଫେରି ନ ଥିଲେ। ରାତିରେ ପରିବାର ଲୋକେ ଖୋଜାଖୋଜି କରିଥିଲେ ସୁଦ୍ଧା ପାଇ ନ ଥିଲେ। ସୋମବାର ସକାଳୁ ତାଙ୍କ ମୃତଦେହ ଟ୍ରେନ୍‌ ଲାଇନରେ ପଡ଼ିଥିବା ନେଇ ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ ।

ବେକାରୀ, ଦରିଦ୍ରତା ପାଇଁ ଘରେ ସବୁବେଳେ ଅଶାନ୍ତି ଲାଗି ରହିଥିବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ଗ୍ରାମବାସୀଙ୍କ ଠାରୁ ଜଣାଯାଇଛି । ଖବର ପାଇ ଘଟଣା ସ୍ଥଳରେ ଜି ଆର ପି ପୁଲିସ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

Tags: