ଟ୍ରାଫିକ ପୋଷ୍ଟରେ ମୋବାଇଲ ବ୍ୟବହାର ନିଷେଧ
ଭୁବନେଶ୍ୱର : ସମ୍ପୂର୍ଣ୍ଣ ଭାବେ ବାରଣ ହେଲା ଟ୍ରାଫିକ ପୋଷ୍ଟ ଗୁଡିକରେ ମୋବାଇଲ ବ୍ୟବହାର । ଏଣିକି ଟ୍ରାଫିକ୍ ଛକ ଗୁଡିକରେ ଗାଡି ଅଟକିଥିବା ସମୟରେ ମୋବାଇଲ ବ୍ୟବହାର କରିପାରିବେ ନାହିଁ ଚାଳକ I ସିଗ୍ନାଲ ନାଲି ହେଲେ ଚାଳକ ସମୟ କାଟିବା ପାଇଁ ମୋବାଇଲ୍ ଫୋନ୍କୁ ପକେଟ୍ରୁ କାଢ଼ି ବ୍ୟବହାର କରନ୍ତି। କିଏ ଫେସ୍ବୁକ୍ ଖୋଲେ, ପୁଣି କିଏ ୟୁ-ଟ୍ୟୁବ କିମ୍ବା ଇନ୍ଷ୍ଟାଗ୍ରାମ୍ରୁ ଭିଡିଓ ଖୋଜି ଦେବେ। ହେଲେ ଏଣିକି ଟ୍ରାଫିକ ଛକରେ ଛିଡ଼ା ହୋଇ […]
ଭୁବନେଶ୍ୱର : ସମ୍ପୂର୍ଣ୍ଣ ଭାବେ ବାରଣ ହେଲା ଟ୍ରାଫିକ ପୋଷ୍ଟ ଗୁଡିକରେ ମୋବାଇଲ ବ୍ୟବହାର । ଏଣିକି ଟ୍ରାଫିକ୍ ଛକ ଗୁଡିକରେ ଗାଡି ଅଟକିଥିବା ସମୟରେ ମୋବାଇଲ ବ୍ୟବହାର କରିପାରିବେ ନାହିଁ ଚାଳକ I ସିଗ୍ନାଲ ନାଲି ହେଲେ ଚାଳକ ସମୟ କାଟିବା ପାଇଁ ମୋବାଇଲ୍ ଫୋନ୍କୁ ପକେଟ୍ରୁ କାଢ଼ି ବ୍ୟବହାର କରନ୍ତି। କିଏ ଫେସ୍ବୁକ୍ ଖୋଲେ, ପୁଣି କିଏ ୟୁ-ଟ୍ୟୁବ କିମ୍ବା ଇନ୍ଷ୍ଟାଗ୍ରାମ୍ରୁ ଭିଡିଓ ଖୋଜି ଦେବେ। ହେଲେ ଏଣିକି ଟ୍ରାଫିକ ଛକରେ ଛିଡ଼ା ହୋଇ ମୋବାଇଲ ଫୋନ୍ରେ ଟାଇମ୍ପାସ୍ କରିପାରିବ ନାହିଁ। ଟ୍ରାଫିକ ସିଗ୍ନାଲ ଡ୍ରାଇଭିଂର ଏକ ଅଂଶ ହୋଇଥିବା ଯୋଗୁଁ ଏହି ନିୟମ କରାଯାଇଛି। ଉଲ୍ଳଂଘନ ଲାଗି ଚାଳକଙ୍କ ଠାରୁ ଜରିମାନା ଆଦାୟ କରା ନ ଯାଇ ଗାଡ଼ିଗୁଡ଼ିକୁ ଜବତ କରାଯାଉଛି।
ସୂଚନା ଅନୁଯାୟୀ, ଗାଡ଼ି ଚଳାଇବା ବେଳେ ମୋବାଇଲ୍ ଫୋନ୍ର ବ୍ୟବହାର, କାନରେ ଇଅର୍ଫୋନ୍ ଦେଇ ଗୀତ ଶୁଣିବା ବା କଥା ହେବା, ବ୍ଲୁ-ଟୁଥ୍ ଡିଭାଇସ୍ କାନରେ ଦେବା, ଫଟୋ ଉଠାଇବା, ଭିଡିଓ ଶୁଟ୍ କରିବାକୁ ବାରଣ କରାଯାଇଛି। ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ୍ର ବ୍ୟବହାର ଯୋଗୁଁ ଦୁର୍ଘଟଣା ବଢ଼଼ିଯାଇଛି। ଏହାକୁ ରୋକିବାକୁ କମିସନରେଟ ପୁଲିସ ପକ୍ଷରୁ ବିବିଧ କାର୍ଯ୍ୟପନ୍ଥା ନିଆଯାଉଛି। ଏହି ନିୟମକୁ ଅବମାନନା କଲେ ଓଡ଼ିଶା ମୋଟରଯାନ ଆଇନ୍ ଅନୁଯାୟୀ ୫ହଜାର ଟଙ୍କା ଜରିମାନା ଏବଂ ସହରାଞ୍ଚଳ ପୁଲିସ ଆଇନ୍ ଅନୁସାରେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ।




