ଟ୍ରକ ପଛପଟେ ସ୍କୋର୍ପିଓ ପିଟି ହୋଇ ୨ ମୃତ
ଭଦ୍ରକ : ମର୍ମନ୍ତୁଦ ସଡକ ଦୁର୍ଘଟଣା I ଟ୍ରକ ପଛପଟେ ପର୍ଯ୍ୟଟକଙ୍କ ଗାଡି ପିଟି ହୋଇ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି I ଆଜି ଭୋର ସମୟରେ ଏହି ଦୁର୍ଘଟଣା ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଗ୍ରାମାଞ୍ଚଳ ଥାନା ନଳାଙ୍ଗ ସାଇ ମନ୍ଦିର ନିକଟରେ ଘଟିଛି I ଏଥିରେ ସ୍କୋର୍ପିଓ ଡ୍ରାଇଭର ଓ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି I ଖବର ପାଇ ଘଟଣାସ୍ଥଳରେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିବା […]
ଭଦ୍ରକ : ମର୍ମନ୍ତୁଦ ସଡକ ଦୁର୍ଘଟଣା I ଟ୍ରକ ପଛପଟେ ପର୍ଯ୍ୟଟକଙ୍କ ଗାଡି ପିଟି ହୋଇ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି I ଆଜି ଭୋର ସମୟରେ ଏହି ଦୁର୍ଘଟଣା ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଗ୍ରାମାଞ୍ଚଳ ଥାନା ନଳାଙ୍ଗ ସାଇ ମନ୍ଦିର ନିକଟରେ ଘଟିଛି I ଏଥିରେ ସ୍କୋର୍ପିଓ ଡ୍ରାଇଭର ଓ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି I ଖବର ପାଇ ଘଟଣାସ୍ଥଳରେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିବା ସହ ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ମୃତ ମହିଳାଙ୍କ ନାଁ ପମ୍ପ ପରିଡା ଏବଂ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ I
ସୂଚନାନୁସାରେ,ଗତକାଲି ରାତିରେ ପଶ୍ଚିମବଙ୍ଗରୁ ପୁରୀ ଦର୍ଶନପାଇଁ ଏକ ସ୍କୋର୍ପିଓରେ ୬ ଜଣ ଯାତ୍ରୀ ଆସୁଥିଲେ I ତେବେ ଆଜି ଭୋର ସମୟରେ ଦ୍ରୁତଗତିରେ ଯାଉଥିବା ସ୍କର୍ପିଓଟି ନଳାଙ୍ଗ ସାଇମନ୍ଦିର ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାସ୍ଥଳରେ ଡ୍ରାଇଭରଙ୍କ ସମେତ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଡ୍ରାଇଭର ଜଣଙ୍କ ବହୁ ସମୟ ଧରି ଗାଡ଼ି ଭିତରେ ଚାପି ହୋଇ ରହିଥିଲେ। ଚିକିତ୍ସା ପାଇଁ ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି I




