ଟ୍ରକ ଧକ୍କାରେ ୨ ବାଇକ ଆରୋହୀ ମୃତ

ବଡ଼ବିଲ : ଟ୍ରକ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ I ବଡ଼ବିଲ ଥାନା ଅଧୀନ ଏନଏଚ ୫୨୦ ଟଣ୍ଟ ଏୟାରଷ୍ଟ୍ରିପ ନିକଟରେ ଏହି ଦୁର୍ଘଟଣା ଘଟିଛି I ତେବେ ଦୁର୍ଘଟଣାରେ ମୃତକଙ୍କ ପରିଚୟ ମିଳିପାରିନାହିଁ I ଦୁର୍ଘଟଣା ଘଟାଇ ଟ୍ରକ୍ଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି I ସୂଚନାନୁସାରେ,ଆଜି ଅପରାହ୍ନରେ ୨ ବାଇକ ଆରୋହୀ ଏକ ପ୍ୟାସନ ପ୍ର ବାଇକରେ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ରୁଗୁଡ଼ି ପଟୁ ଭଦ୍ରାସହି ଆଡକୁ ଆସୁଥିଲେ I ଏହି ସମୟରେ […]

Samaya Live Picture
Published On

ବଡ଼ବିଲ : ଟ୍ରକ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ I ବଡ଼ବିଲ ଥାନା ଅଧୀନ ଏନଏଚ ୫୨୦ ଟଣ୍ଟ ଏୟାରଷ୍ଟ୍ରିପ ନିକଟରେ ଏହି ଦୁର୍ଘଟଣା ଘଟିଛି I ତେବେ ଦୁର୍ଘଟଣାରେ ମୃତକଙ୍କ ପରିଚୟ ମିଳିପାରିନାହିଁ I ଦୁର୍ଘଟଣା ଘଟାଇ ଟ୍ରକ୍ଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି I

ସୂଚନାନୁସାରେ,ଆଜି ଅପରାହ୍ନରେ ୨ ବାଇକ ଆରୋହୀ ଏକ ପ୍ୟାସନ ପ୍ର ବାଇକରେ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ରୁଗୁଡ଼ି ପଟୁ ଭଦ୍ରାସହି ଆଡକୁ ଆସୁଥିଲେ I ଏହି ସମୟରେ ପଛପଟୁ ଦ୍ରୁତଗତିରେ ଆସି ଏକ ଟ୍ରକ ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା I ଟ୍ରକ ଧକ୍କାରେ ଉଭୟେ ଗାଡ଼ିରୁ ଛିଟିକି ପଡିବIରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା I ଗାଡିଟି ସଞ୍ଜୟ ସାହୁଙ୍କ ନାଁରେ ଥିବାବେଳେ ମୃତକଙ୍କର ପରିଚୟ ମିଳିପାରିନାହିଁ I ଘଟଣାସ୍ଥଳରେ ବଡ଼ବିଲ ପୋଲିସ ପହଁଚି ଶବ ବ୍ୟବଚ୍ଛେଦ କରିବାକୁ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି I

Tags: