ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା: ଟେଲି ଅଭିନେତ୍ରୀମୃତ, ୩ ଗୁରୁତର

ଭୁବନେଶ୍ୱର : ଗତକାଲି ବିଳମ୍ବିତ ରାତିରେ ବାରଙ୍ଗ କୁଆଖାଇ ବ୍ରିଜରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା I ଏକ ସିମେଣ୍ଟ ବୋଝେଇ ଟ୍ରକ-କାର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହେବା ସହିତ ୩ ଜଣ ଆହତ ହୋଇଛନ୍ତି I ମୃତ ମହିଳା ଜଣେ ଟେଲି ଆର୍ଟିଷ୍ଟ ହୋଇଥିବା ସୂଚନା ମିଳିଛି I ତେବେ ଟ୍ରକଟି କାରକୁ ସାମ୍ନା ପଟୁ ଧକ୍କା ଦେଇ ନଦୀ ଭିତରକୁ ଖସି ପଡିଥିଲା I ସୂଚନାନୁସାରେ ଜୀ ସାର୍ଥକରେ ପ୍ରସାରିତ ହେଉଥିବା […]

Samaya Live Picture
Published On

ଭୁବନେଶ୍ୱର : ଗତକାଲି ବିଳମ୍ବିତ ରାତିରେ ବାରଙ୍ଗ କୁଆଖାଇ ବ୍ରିଜରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା I ଏକ ସିମେଣ୍ଟ ବୋଝେଇ ଟ୍ରକ-କାର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହେବା ସହିତ ୩ ଜଣ ଆହତ ହୋଇଛନ୍ତି I ମୃତ ମହିଳା ଜଣେ ଟେଲି ଆର୍ଟିଷ୍ଟ ହୋଇଥିବା ସୂଚନା ମିଳିଛି I ତେବେ ଟ୍ରକଟି କାରକୁ ସାମ୍ନା ପଟୁ ଧକ୍କା ଦେଇ ନଦୀ ଭିତରକୁ ଖସି ପଡିଥିଲା I

ସୂଚନାନୁସାରେ ଜୀ ସାର୍ଥକରେ ପ୍ରସାରିତ ହେଉଥିବା ଓଡ଼ିଆ ଟେଲି ସିରିଏଲ ‘ଭାଗ୍ୟରେଖା’ ସୁଟିଂ କରି,ଗତକାଲି ବିଳମ୍ବିତ ରାତିରେ ବାଲିକୁଦାରୁ କଟକ ଫେରୁଥିଲେ କିଛି କଳାକାର I ଏହି ସମୟରେ କାଜିପାଟଣା ନିକଟବର୍ତୀ କୁଆଖାଇ ବ୍ରିଜ ଉପରେ ଏକ ସିମେଣ୍ଟ ବୋଝେଇ ଟ୍ରକ କାରକୁ ସାମ୍ନାପଟୁ ଧକ୍କା ଦେଇ ନଦୀକୁ ଖସିପଡିଥିଲା I ଫଳରେ କାରରେ ବସିଥିବା ଟେଲି ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ସହଯୋଗୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସେହିପରି ଟ୍ରକ ଡ୍ରାଇଭରଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବା ଜଣାପଡିଛି I ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିି ଗୁରୁତର ମାନଙ୍କୁ କଟକ ବଡ଼ ମେଡିକାଲକୁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ।

Tags: