ଟ୍ରକକୁ ପିଟିଲା ଯାତ୍ରୀବାହି ବସ ,୧୦ରୁ ଅଧିକ ଆହତ
ଯାଜପୁର : ଟ୍ରକକୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଏଥିରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି I ‘ନାୟକ’ନାମକ ଯାତ୍ରୀବାହି ବସଟି ବାଲେଶ୍ୱରରୁ କଟକ ଆସୁଥିବାବେଳେ ୧୬ ନମ୍ବର ଜାତୀୟ ରାଜପଥର ଯାଜପୁର ଜିଲ୍ଲା ବଡଚଣା ନିକଟରେ ଦୁର୍ଘଟଣା ଘଟିଛି। ବଡଚଣା ନିକଟରେ ଏକ ଗହମ ବୋଝେଇ ଟ୍ରକ ପଛପଟୁ ଧକ୍କା ଦେଇଥିଲା ନାୟକ ବସ । ଆହତଙ୍କୁ ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ୨ଜଣଙ୍କ ଅବସ୍ଥା […]
ଯାଜପୁର : ଟ୍ରକକୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଏଥିରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି I ‘ନାୟକ’ନାମକ ଯାତ୍ରୀବାହି ବସଟି ବାଲେଶ୍ୱରରୁ କଟକ ଆସୁଥିବାବେଳେ ୧୬ ନମ୍ବର ଜାତୀୟ ରାଜପଥର ଯାଜପୁର ଜିଲ୍ଲା ବଡଚଣା ନିକଟରେ ଦୁର୍ଘଟଣା ଘଟିଛି।
ବଡଚଣା ନିକଟରେ ଏକ ଗହମ ବୋଝେଇ ଟ୍ରକ ପଛପଟୁ ଧକ୍କା ଦେଇଥିଲା ନାୟକ ବସ । ଆହତଙ୍କୁ ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ୨ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ବଡ଼ଚଣା ପୋଲିସ ପହଁଚି ବସଟିକୁ ଜବତ କରିବା ସହ ତଦନ୍ତ ଚଲାଇଛି I




