ସହରାଞ୍ଚଳରେ ଭୂସଂପତ୍ତି ଟିକସ ପାଇଁ ଅନ୍‌ଲାଇନ୍‌ର ବ୍ୟବସ୍ଥା

ଭୁବନେଶ୍ୱର : ୧୧୪ଟି ସହରାଞ୍ଚଳରେ ଭୂସଂପତ୍ତି ଟିକସ ପାଇଁ ଅନ୍‌ଲାଇନ୍‌ର ବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ମହାନଗରରେ bhubaneswar.me ଓ ଅନ୍ୟ ସମସ୍ତ ସରହାରଞ୍ଚଳରେ ulbodisha.gov.inରେ ଟିକସ ଦିଆଯାଇପାରିବ। ସେହିପରି ଟିକସ ଆଦାୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପାଇଁ ମ୍ୟୁନିସିପାଲ୍‌ ପ୍ରିମିୟର ଲିଗ୍ ଆରମ୍ଭ ହୋଇଛି। ପ୍ରିମିୟର ଲିଗରେ ରାଜ୍ୟର ୯ଟି ବୃହତ ସହରାଞ୍ଚଳକୁ ସାମିଲ କରାଯାଇଛି। ଯେଉଁଥିରେ ପ୍ରଥମଥର ପାଇଁ ଟିକସ ଅଧିକାରୀଙ୍କ ମଧ୍ୟରେ ପ୍ରତିଯୋଗିତା ହେବ ଓ ସର୍ବାଧିକ ଟିକସ […]

Samaya Live Picture
Published On

ଭୁବନେଶ୍ୱର : ୧୧୪ଟି ସହରାଞ୍ଚଳରେ ଭୂସଂପତ୍ତି ଟିକସ ପାଇଁ ଅନ୍‌ଲାଇନ୍‌ର ବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ମହାନଗରରେ bhubaneswar.me ଓ ଅନ୍ୟ ସମସ୍ତ ସରହାରଞ୍ଚଳରେ ulbodisha.gov.inରେ ଟିକସ ଦିଆଯାଇପାରିବ। ସେହିପରି ଟିକସ ଆଦାୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପାଇଁ ମ୍ୟୁନିସିପାଲ୍‌ ପ୍ରିମିୟର ଲିଗ୍ ଆରମ୍ଭ ହୋଇଛି। ପ୍ରିମିୟର ଲିଗରେ ରାଜ୍ୟର ୯ଟି ବୃହତ ସହରାଞ୍ଚଳକୁ ସାମିଲ କରାଯାଇଛି। ଯେଉଁଥିରେ ପ୍ରଥମଥର ପାଇଁ ଟିକସ ଅଧିକାରୀଙ୍କ ମଧ୍ୟରେ ପ୍ରତିଯୋଗିତା ହେବ ଓ ସର୍ବାଧିକ ଟିକସ ଆଦାୟ କାରୀଙ୍କୁ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଆଜି ଲୋକସେବା ଭବନରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Tags: