ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ପୁରୀ ନିଳାଦ୍ରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ତିଆରି କରି ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ I ସୂଚନାନୁସାରେ,ଗତକାଲି ପାରମ୍ପରିକ ପ୍ରତିଦ୍ଵନ୍ଦୀ ଇଣ୍ଡିଆ-ପାକିସ୍ତାନ ମ୍ୟାଚରେ ଇଣ୍ଡିଆ ୨୨୮ରନରେ ବିଜୟ ହାସଲ କରିଥିଲା I ଭାରତୀୟ କ୍ରିକେଟ ଦଳର ବିଜୟ ହାସଲ ପରେ ପ୍ରସ୍ତୁତ ହୋଇଥିବା ବାଲୁକା କଳାରେ ପ୍ରାୟ ୧୩ଫୁଟ ଲମ୍ବର ଏକ ବ୍ୟାଟ ପ୍ରଦର୍ଶନ କରାଯାଇଛି I ତା’ ତଳକୁ ‘ଅଭିନନ୍ଦନ ଟିମ୍ ଭାରତ’ ଓ […]

Samaya Live Picture
Published On

ପୁରୀ: ଆଜି ପୁରୀ ନିଳାଦ୍ରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ତିଆରି କରି ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ I
ସୂଚନାନୁସାରେ,ଗତକାଲି ପାରମ୍ପରିକ ପ୍ରତିଦ୍ଵନ୍ଦୀ ଇଣ୍ଡିଆ-ପାକିସ୍ତାନ ମ୍ୟାଚରେ ଇଣ୍ଡିଆ ୨୨୮ରନରେ ବିଜୟ ହାସଲ କରିଥିଲା I ଭାରତୀୟ କ୍ରିକେଟ ଦଳର ବିଜୟ ହାସଲ ପରେ ପ୍ରସ୍ତୁତ ହୋଇଥିବା ବାଲୁକା କଳାରେ ପ୍ରାୟ ୧୩ଫୁଟ ଲମ୍ବର ଏକ ବ୍ୟାଟ ପ୍ରଦର୍ଶନ କରାଯାଇଛି I ତା’ ତଳକୁ ‘ଅଭିନନ୍ଦନ ଟିମ୍ ଭାରତ’ ଓ ‘ଜୟ ହୋ’ ଲେଖାଯାଇଛି I ବାଲୁକା କଳାଟିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଷ୍ଟିଲ ବାଉଲ ଓ ପ୍ଲେଟକୁ ଭିନ୍ନ ଭିନ୍ନ ରଙ୍ଗରେ ପ୍ରସ୍ତୁତ କରି ବ୍ୟବହାର କରାଯାଇଛି I ଯାହାକୁ ଦେଖିବାକୁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି I

Tags: