ଟଳିଲା ବାତ୍ୟା,ହଟିଲା ପୁରୀରେ ପର୍ଯ୍ୟଟକଙ୍କ ପାଇଁ କଟକଣା

ପୁରୀ : ଟଳିଲା ବାତ୍ୟା ଭୟ । ହଟିଲା ପର୍ଯ୍ୟଟକଙ୍କ ଉପରୁ କଟକଣା । ବାତ୍ୟା ଦାନା ପରିପ୍ରେକ୍ଷୀରେ ସୁରକ୍ଷା ଦୃଷ୍ଟିରୁ ପୁରୀକୁ ପର୍ଯ୍ୟଟକ ମାନଙ୍କୁ ସରକାର ଓ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା । ତେବେ ବାତ୍ୟା ଲ୍ୟାଣ୍ଡଫଲ କରି ସାରିଥିବା ବେଳେ ପୁରୀକୁ ଏତେ ଅଧିକ ପ୍ରଭାବିତ କରିନାହିଁ । ତେଣୁ ବର୍ତ୍ତମାନ ପର୍ଯ୍ୟଟକ ମାନଙ୍କ ପାଇଁ ଥିବା କଟକଣାକୁ ପ୍ରଶାସନ ପ୍ରତ୍ୟାହାର କରିନେଇଛନ୍ତି । ମହାପ୍ରଭୁଙ୍କ କୃପାରୁ ବାତ୍ୟା ଦାନାର‌ ପ୍ରଭାବ ପୁରୀରେ […]

Samaya Live Picture
Published On

ପୁରୀ : ଟଳିଲା ବାତ୍ୟା ଭୟ । ହଟିଲା ପର୍ଯ୍ୟଟକଙ୍କ ଉପରୁ କଟକଣା । ବାତ୍ୟା ଦାନା ପରିପ୍ରେକ୍ଷୀରେ ସୁରକ୍ଷା ଦୃଷ୍ଟିରୁ ପୁରୀକୁ ପର୍ଯ୍ୟଟକ ମାନଙ୍କୁ ସରକାର ଓ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା । ତେବେ ବାତ୍ୟା ଲ୍ୟାଣ୍ଡଫଲ କରି ସାରିଥିବା ବେଳେ ପୁରୀକୁ ଏତେ ଅଧିକ ପ୍ରଭାବିତ କରିନାହିଁ । ତେଣୁ ବର୍ତ୍ତମାନ ପର୍ଯ୍ୟଟକ ମାନଙ୍କ ପାଇଁ ଥିବା କଟକଣାକୁ ପ୍ରଶାସନ ପ୍ରତ୍ୟାହାର କରିନେଇଛନ୍ତି । ମହାପ୍ରଭୁଙ୍କ କୃପାରୁ ବାତ୍ୟା ଦାନାର‌ ପ୍ରଭାବ ପୁରୀରେ ପଡ଼ିନାହିଁ । ଏଣୁ ପର୍ଯ୍ୟଟକମାନଙ୍କୁ ପୁରୀ ଆସିବା ପାଇଁ ଅନୁରୋଧ କରିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ।

ସେହିପରି କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ମଧ୍ୟ ରହିଥିବା କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି । ବର୍ତ୍ତମାନ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନେ ପୂର୍ବ ଭଳି ମହାପ୍ରଭୁଙ୍କ ଦର୍ଶନ,ସୂର୍ଯ୍ୟ ମନ୍ଦିର ଦର୍ଶନ କରିପାରିବେ ଓ ସମୁଦ୍ର କୂଳ ଇତ୍ୟାଦି ବୁଲି ପାରିବେ। ତେବେ ସମୁଦ୍ର ଏବେବି ଅଶାନ୍ତ ରହିଥିବାରୁ ପର୍ଯ୍ୟଟକ ମାନେ ସମୁଦ୍ର ମଧ୍ୟକୁ ନ ଯିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି ।

ଏହା ମଧ୍ୟ କହିଛନ୍ତି ଯେ ଜିଲ୍ଲାରେ ବାତ୍ୟାର ପ୍ରଭାବ ଏତେ ବ୍ୟାପକ ହୋଇ ନାହିଁ କିମ୍ବା ଅଧିକ ବର୍ଷା ମଧ୍ୟ ହୋଇ ନାହିଁ । କିନ୍ତୁ ଆଗକୁ ବର୍ଷାର ସୂଚନା ରହିଥିବାରୁ ଜନ ସାଧାରଣ ଓ ପର୍ଯ୍ୟଟକ ସତର୍କ ରହିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

Tags: