ଝାରସୁଗୁଡ଼ା ଉପନିର୍ବାଚନ : କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା

ଭୁବନେଶ୍ୱର : ଝାରସୁଗୁଡା ଉପ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି I ଗତ ୨ ଦିନ ମଧ୍ୟରେ ପ୍ରମୁଖ ଦଳର ପ୍ରାର୍ଥୀମାନେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି I ଆସନ୍ତା ମାସ ୧୦ ତାରିଖରେ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ବିଜେଡିରୁ ଦିପାଳୀ ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେ ପ୍ରାର୍ଥୀ ଭାବରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ରାଜ୍ୟର ତିନି ପ୍ରମୁଖ […]

Samaya Live Picture
Published On

ଭୁବନେଶ୍ୱର : ଝାରସୁଗୁଡା ଉପ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି I ଗତ ୨ ଦିନ ମଧ୍ୟରେ ପ୍ରମୁଖ ଦଳର ପ୍ରାର୍ଥୀମାନେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି I ଆସନ୍ତା ମାସ ୧୦ ତାରିଖରେ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ବିଜେଡିରୁ ଦିପାଳୀ ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେ ପ୍ରାର୍ଥୀ ଭାବରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।

ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜର ନିଜର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । କଂଗ୍ରେସ ମଧ୍ୟ ଏହି ରେସରେ ପଛରେ ପଡ଼ିନାହିଁ । ଆଜି କଂଗ୍ରେସ ପକ୍ଷରୁ ୪୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକା ଘୋଷଣା କରାଯାଇଛି । ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ଏକ ତାଲିକା ଜାରି କରାଯାଇଛି ।

ଚଳିତ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ନିମନ୍ତେ ପ୍ରଚାର କରିବା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ୪୦ ଜଣିଆ ତାରକା ପ୍ରଚାରକ ମାନଙ୍କ ନାମ ତାଲିକା ଘୋଷଣା କରାଯାଇଛି ।

ଏହି ତାଲିକାରେ ଓଡ଼ିଶା ପ୍ରଭାରୀ ତଥା ଏ.ଆଇ.ସି.ସି. ସାଧାରଣ ସମ୍ପାଦକ ସାଂସଦ ଡଃ ଏ. ଚେଲା କୁମାର, ପି.ସି.ସି. ସଭାପତି ଶରତ ପଟ୍ଟନାୟକଙ୍କ ସମେତ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ, କଂଗ୍ରେସ ଦଳର ବିଧାୟକ ନେତା ନରସିଂହ ମିଶ୍ର ଏ.ଆଇ.ସି.ସିର କେନ୍ଦ୍ରୀୟ ନେତା କହ୍ମେୟା କୁମାର, ପୂର୍ବତନ ପି.ସି.ସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ ପ୍ରମୁଖ ରହିଥିବାବେଳେ ସାଂସଦ ଶପ୍ତଗିରୀ ଉଲ୍ଲକା, ଏ.ଆଇ.ସି.ସି. ସାଧାରଣ ସମ୍ପାଦକ – ଭକ୍ତ ଚରଣ ଦାସ, ଏଆଇସିସି ସମ୍ପାଦକ ଶରତ ରାଉତ, ପୂର୍ବତନ ଏ.ଆଇ.ସି.ସି. ସମ୍ପାଦକ – ବିଶ୍ୱରଞ୍ଜନ ମହାନ୍ତି, ପୂର୍ବତନ ସାଂସଦ ଡଃ ରାମଚନ୍ଦ୍ର ଖୁଂଟିଆ, ସୁଶିଲା ତିରିଆ, ଅନନ୍ତ ସେଠୀ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପଂଚାନନ କାନୁନ୍‌ଗୋ, ଗଣେଶ୍ୱର ବେହେରା, ବିଜୟଲକ୍ଷ୍ମୀ ସାହୁ, ଯୁଧିଷ୍ଟିର ଜେନା, ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ପ୍ରମୁଖ ରହିଥିବାବେଳେ ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋସ ସିଂ ସାଲୁଜା, ତାରା ପ୍ରସାଦ ବାହିନପତି, ଅଧିରାଜ ମୋହନ ପାଣିଗ୍ରାହୀ, ରମେଶ ଜେନା, ସି.ଏସ୍‌. ରାଜନ ଏକା ପ୍ରମୁଖ ମଧ୍ୟ ରହିଛନ୍ତି ।

Tags: